୨୦୧୯ରେ ମୋଦି ସରକାର ଆଣୁଛନ୍ତି ୬ଟି ଉପହାର, ଆପଣଙ୍କୁ ମିଳିବ ଏହି ଫାଇଦା

Spread the love

ନୂଆଦିଲ୍ଲୀ, ୨୬।୧୨ (ସନ୍ଧାନ ନିୟୁଜ) : ନୂଆବର୍ଷରେ ମୋଦି ସରକାର ଗୋଟିଏ ପରେ ଗୋଟିଏ କରି ୬ଟି ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ଼ ଉପହାର ୟୁନିଭର୍ସାଲ ବେସିକ୍‌ ଇନ୍‌କମ୍‌ ବି ହୋଇପାରେ। ଏହା ଜରିଆରେ କୋଟିକୋଟି ଲୋକଙ୍କ ଖାତାରେ ଏକ ନିଶ୍ଚିତ ରାଶି ଜମା ହେବ। ଏମିତି କିଛି ନିଷ୍ପତ୍ତି ରହିଛି ଯାହା ଲାଗୁ ହେବା ଫଳରେ ଆପଣଙ୍କ ଟଙ୍କା ସଞ୍ଚୟ ବି ହୋଇ ପାରିବ। ଆସନ୍ତୁ ଜାଣିବା ମୋଦିଙ୍କ ଏହି ୬ଟି ଉପହାର ବିଷୟରେ…

ପ୍ରତ୍ୟେକ ଖାତାରେ ଜମା ହେବ ଟଙ୍କା: ନୂଆ ବର୍ଷରେ ମୋଦି ସରକାର ୟୁନିଭର୍ସାଲ ବେସିକ୍‌ ଇନ୍‌କମ୍‌ (ୟୁବିଆଇ) ସ୍କିମ୍‌ର ବଡ଼ ଉପହାର ଦେଇପାରନ୍ତି। ଏହି ସ୍କିମ୍‌ର ଚର୍ଚ୍ଚା ଦୀର୍ଘ ସମୟ ଧରି ଚାଲୁ ଆସିଥିଲା।

କେତେକ ସମାଗ୍ରୀ ହେବ ଶସ୍ତା: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିକଟରେ ସାମଗ୍ରୀ ଓ ସେବାକରର ୧୮ ପ୍ରତିଶତ ସ୍ଲାବ୍‌କୁ ଶେଷ କରିବା ପାଇଁ ସଙ୍କେତ ଦେଇଛନ୍ତି। ଏଥିସହିତ ସେ କହିଛନ୍ତି, ଆଗାମୀ ସମୟରେ ୦.୫ ଓ ନୂଆ ଷ୍ଟାଡାର୍ଡ ସ୍ଲାବ୍‌ ହେବ। ଅର୍ଥାତ୍‌ ଏହି ସାମଗ୍ରୀର ଜିଏସ୍‌ଟି ହ୍ରାସ ପାଇ ପାରିବ।

ଘର କିଣିବା ସ୍ୱପ୍ନ ପୂରା ହେବ: ଆଗାମୀ ମାସରେ ହେବାକୁ ଥିବା ନିର୍ମାଣଧୀନ ଘର ଓ କମ୍ପଲିସନ୍‌ (ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣ ପତ୍ର)ର ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରୁ ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ହ୍ରାସ କରି ପାଞ୍ଚ ପ୍ରତିଶତ ରଖାଯିବ ବୋଲି ଜିଏସଟି ପରିଷଦ ପକ୍ଷରୁ ବିଚାର କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅର୍ଥାତ୍‌ ନୂଆ ବର୍ଷରୁ ଘର କିଣିବା ପୂର୍ବ ଅପେକ୍ଷା ଶସ୍ତା ହୋଇପାରେ।

ମୋବାଇଲ୍‌ ଭଳି ରିଚାର୍ଜ ହେବ ବିଜୁଳି ବିଲ୍‌ : ନୂଆବର୍ଷରୁ ମୋବାଇଲ୍‌ ବିଲ୍‌ ଭଳି ବିଜୁଳି ବି ରିଚାର୍ଜ କରି ହେବ। ବିଜୁଳି ବିଲ୍‌ ବୃଦ୍ଧି ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୧୯ ଏପ୍ରିଲ ୧ରୁ ସମସ୍ତ ରାଜ୍ୟରେ ସ୍ମାର୍ଟ ପ୍ରିପେଡ ମିଟର ଅନିବାର୍ଯ୍ୟ କରିବାର ଯୋଜନା ଉପରେ କାମ ଜାରି ରହିଛି। ମୋବାଇଲ୍‌ ଫୋନ୍‌ ଭଳି ଏଥିରେ ପ୍ରିପେଡ ବିଜୁଳି ରିଚାର୍ଜ କାର୍ଡ ଦିଆଯିବ। ଅର୍ଥାତ ଲୋକମାନେ ଯେତିକି ବିଜୁଳି ଖର୍ଚ୍ଚ କରିବେ ସେତିକି ପାଇଁ ହିଁ ଟଙ୍କା ଦେବେ।

ଆଇଟି ରିଟର୍ଣ୍ଣ ଫର୍ମ ଭରିବା ହେବ ସୁବିଧା: ସାଧାରଣତଃ ଦେଖାଯାଏ ଆଇଟିଆର୍‌ ଫର୍ମ ଭରିବା ପାଇଁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣଙ୍କ ଏହି ଅସୁବିଧା ନୂଆ ବର୍ଷରୁ ଦୂର ହୋଇପାରିବ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ର ଏହି ସଙ୍କେତ ଦେଇ କହିଛନ୍ତି, ଟ୍ୟାକ୍ସ ରିଟର୍ନ ଫାଇଲ୍‌ କରୁଥିବା ଲୋକଙ୍କୁ ଖୁବ୍‌ ଶୀଘ୍ର ପୂର୍ବରୁ ଭରିଥିବା ଆଇଟିଆର ଫର୍ମ ମିଳିବ। ଏଥିରେ ରିଟର୍ନ ପାଇଲ୍‌ କରିବା ପ୍ରକ୍ରିୟା ସହଜ ହୋଇଯିବ।

ଫସି ଥିବା ଟଙ୍କା ସହଜରେ ମିଳି ପାରିବ: ଏମିତି କେତେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌ ସମୟରେ ଟଙ୍କା ଫସି ଯାଇଥାଏ କିମ୍ବା ଟ୍ରାନ୍‌ଜାକ୍‌ସନ୍‌ରେ ଅସୁବିଧା ହୋଇଥାଏ। ଏହି ଅସୁବିଧାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ନୂଆ ବର୍ଷରୁ ଡିଜିଟାଲ ଟ୍ରାନ୍‌ଜାକ୍‌ସନ୍‌ ଓମ୍ବଡ୍‌ସମ୍ୟାନ୍‌ର ଆରମ୍ଭ କରିବାକୁ ଯାଉଛନ୍ତି।

Related Posts

About The Author

Add Comment