୨୦ରୁ କୋହଳ ହେବ ଅଧିକାଂଶ ସେବା
![୨୦ରୁ କୋହଳ ହେବ ଅଧିକାଂଶ ସେବା](https://sandhannews.com/wp-content/themes/mts_newsonline/images/nothumb-featuredfull.png)
ଭୁବନେଶ୍ୱର, ୧୯/୦୪ (ସନ୍ଧାନ ନିଉଜ) କରୋନା ସଂକ୍ରମଣ ରୋକିବା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଆସନ୍ତା ୨୦ତାରିଖରୁ ରାଜ୍ୟ ସରକାର ଅନେକ ସେବାକୁ କୋହଳ କରିଛନ୍ତି। ଅବଶ୍ୟ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଲାଗୁ ହୋଇଛି ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ବିଭିନ୍ନପ୍ରକାରର କୋହଳ ନୀତି କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ସ୍ଥାନ ପାଇଁ ଲାଗୁ ହେବ ନାହିିଁ।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ପୂର୍ବର ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରି ସମଗ୍ର ରାଜ୍ୟରେ ଲକଡାଉନ୍ ଅବଧିକୁ ମେ’ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବଭଳି ସମସ୍ତ କଟକଣା ବଳବତ୍ତର ରହିଥିଲେ ମଧ୍ୟ କୃଷି କାର୍ଯ୍ୟ, ମତ୍ସ୍ୟ ଓ ପଶୁପାଳନ ,ଜଳସେଚନ, ଗ୍ରାମାଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ,ବୃକ୍ଷରୋପଣ ଓ ଆଦି ସମେତ ସମସ୍ତ ପ୍ରକାରର ମାଲବାହୀ ପରିବହନ କାର୍ଯ୍ୟକ୍ଷମ ହେବ। ଏହାସହିତ ଇଲୋକ୍ଟ୍ରୋନିକ ଓ ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ। ମୋବାଇଲ ରିପାରିଂ ଦୋକାନଠୁ ଆରମ୍ଭ କରି ଫ୍ୟାନ, ଏସି ଓ କମ୍ପ୍ୟୁଟର ସଜାଡ଼ିବା ଓ ବିକ୍ରି ଦୋକାନ ମଧ୍ୟ ଖୋଲା ରହିବ। ସିମେଣ୍ଟ, ଗୋଡ଼ି ଓ ରଡ୍ ଦୋକାନ ମଧ୍ୟ ଖୋଲା ରହିବ।
Related Posts
About The Author