୨ରୁ ଆରମ୍ଭ ହେବ ସୁନ୍ଦରିଆ ପ୍ରମିୟର ଲିଗ୍

Spread the love

ଧର୍ମଶାଳା, ୨୯/୧୨ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଗ୍ରାମ ମୋ ମୋତେଇ ପଡିଆର ଆସନ୍ତା ଜାନୁଆରୀ ୨ରୁ ସୁନ୍ଦରିଆ ପ୍ରିମିୟର ଲିଗ୍ ଆରମ୍ଭ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ନିୟୁ ଲାଇଫ ୟୁଥ୍ କ୍ଲବର ସଭାପତି ସପ୍ତସାଗର ଦାସଙ୍କ ସଭାପତିତ୍ୱରେ କରାଯାଇ ଏହାର କିଭଳି ଆଡମ୍ବର ସହକାରେ ଆୟୋଜନ କରାଯିବ ସେନଇ ବିଭିନ୍ନ ଆଲୋଚନା ମାନ କରାଯାଇଥିଲା । ଚଳିତ ବର୍ଷ ଏଥିରେ ୮ଟି ଶ୍ରେଷ୍ଠ ଦଳ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଖେଳକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କଳାକାରଙ୍କୁ ନିମନ୍ତ୍ରଣ କରାଯିବା ଏବଂ ପାନୀୟଜଳ ଖାଦ୍ୟପେୟ ସମେତ ବିଭିନ୍ନ ଦାୟିତ୍ୱ ସଦସ୍ୟ ମାନଙ୍କ ମତାମତକୁ ଆଧାର କରି ଦାୟିତ୍ୱ ବଂଟନ କରାଯାଇଛି । ଏହି ବୈଠକରେ ଶୁଭଜିତ ଦାସ, ଆଶିଷ ବିଶ୍ୱାଳ, ଶ୍ରୀକାନ୍ତ ଦାସ, ଅଭିଷେକ ବେହେରା, ବିଜୟ ଦାସ, ଶୁଭରଂଜନ ପରିଡା, ସନ୍ଦୀପ ଦାସ ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ ।

Related Posts

About The Author

Add Comment