ଚଣ୍ଡିଖୋଲ,୧୯/୧୨ (ସନ୍ଧାନ ନିଉଜ) : ସାହସପୁର ମହାବିଦ୍ୟାଳୟର ୧୯୮୬ ବ୍ୟାଚର ଯୁକ୍ତ ଦୁଇ (କଳା) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ରବିବାର ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ବ୍ୟାଚର ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଓ ସୁ-ସଂପର୍କ ସ୍ଥାପନ କରିବା ଲକ୍ଷରେ ଆସାନ୍ତା ଜାନୁଆରୀ ୧୨ ତାରିଖରେ ଓଳାଶୁଣୀ ପୀଠରେ ଏକ ବନ୍ଧୁ ମିଳନର ଆୟୋଜନ କରିବାକୁ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଥିଲା । ପୁରାତନ ଛାତ୍ର ରମେଶ୍ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ୧୨ ତାରିଖରେ ହେବାକୁ ଥିବା ବନ୍ଧୁ ମିଳନକୁ ସମସ୍ତ ଛାତ୍ରଛାତ୍ରୀମାନେ କିପରି ଆସିପାରିବେ ସେ ବିଷୟରେ ସମସ୍ତଙ୍କର ମତାମତ ନିଆଯାଇଥିଲା । ଏଥିରେ ପୁରାତନ ଛାତ୍ର ନିହାରକାନ୍ତୀ ହରିଚନନ୍ଦ, ଅଞ୍ଜନ କୁମାର ନାୟକ, ହରିହର ବାରିକ୍, ବିକ୍ରମ ସ୍ୱାଇଁ, ବିକ୍ରମ ବଳ, ସୁବାଷ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ସେନାପତି, ପ୍ରଦୀପ୍ତ ବିଶ୍ୱାଳ, ଅନିଲ୍ ସାହୁ, ଶରତ କୁମାର ନାୟକ, ଜୀବନ ଜେନା, ସଂଗ୍ରାମ ମିଶ୍ର, ମାନସ ଜେନା, ଏକାଦଶୀ ସେଠୀ, ଶରତ ଚନ୍ଦ୍ର ସାହାଣୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ସାମ୍ବାଦିକ ସୁରେନ୍ଦ୍ର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
୧୯୮୬ତମ ବ୍ୟାଚ୍ର ଯୁକ୍ତ ଦୁଇ(କଳା) ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
|
December 19, 2019 |