ଚିକିଟି, ୩୦/୩ (ସନ୍ଧାନ ନିୟୁଜ) ଚିକିଟି NAC ନିର୍ବାଚନ ମଣ୍ଡଳୀ ର ପ୍ରାଣ କେନ୍ଦ୍ର ହୋଇଥିଲେ ମଧ୍ୟ ଓ ଏହାର ଚର୍ତୁଦିଗରେ ମାଳ ମାଳ ପୋଖରୀ ସହ ସହ ନଳକୂପ ଥାଇ ମଧ୍ୟ ନଥିବା ସଙ୍ଗେ ସମାନ । ପ୍ରତିବର୍ଷ ଗ୍ରୀଷ୍ମ ଋତୁର ପ୍ରବାହ ରେ ପୋଖରୀ ଗୁଡ଼ିକ ସୁଖିଵା ସହ ନଳକୂପ ଗୁଡ଼ିକ କେଉଁ ଦିନ କେଉଁ ଢଙ୍ଗରେ ଖରାପ ହେବାରେ ଲାଗିଛି । ସାଧାରଣତଃ ଚିକିଟି NAC ରେ ପାନୀୟ ଜଳ ଯୋଗାଇବା ପାଈଁ ସ୍ୱାସ୍ଥ୍ୟ ବିଭାଗର ଅନୁଖଣ୍ଡ କାର୍ଯ୍ୟାଳୟ ସହ କର୍ମଚାରୀ ନିଯୁକ୍ତି ରହି ପାନୀୟ ଜଳ ଯୋଗାଇବା ପାଈଁ ଯେଉଁ ଅହରହ ଚେଷ୍ଟା କରୁଛନ୍ତି ତାହା ସମୁଦ୍ର କୁ ସଙ୍ଖେ ପାଣି ପରି ଜଣାପଡୁଛି । ଗତବର୍ଷ ଠିକ୍ ଏହି ସମୟରେ ଚିକିଟି ପେଣ୍ଠରେ ୮/୯ ଓ ୧୧/୧୨ ୱ।ର୍ଡ ରେ ଜଳ ସମସ୍ୟା ଦେଖାଯିବାରୁ ବିଭାଗୀୟ ଅଧିକାରୀଙ୍କୁ ଜନସାଧାରଣ ସମ୍ପର୍କ କରିବା ପରେ ବିଭାଗୀୟ ଅଧିକାରୀ ଭୋଲଟେଜ ଡାଉନ ଓ ପାୱାର କଟ ବାହାନା ଦେଇ ହାତ ଝଡା ଝଡି ହୋଇ ବସିଥିଲେ । ଠିକ୍ ସେହି ପରି ଏହି ବର୍ଷ ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ୱ।ର୍ଡ ଗୁଡ଼ିକ ରେ ଜଳ ସଙ୍କଟ ଦେଖାଯିବାର ପ୍ରାକ୍ସୁଚନା ପରିଭାସିତ ହେଉଛି । ଗତ ୨/୪ ଦିନ ହେଲା ସଧାରଣ ଜନତା ଅଭିଯୋଗ କରିବା ପାଈଁ ଭୟଭୀତ ହେଉଛନ୍ତି । କାରଣ ଏଠାରେ ଅଭିଯୋଗ କଲେ ଅକ୍ରୋଷର ଶିକାର ହେବାକୁ ପଡିଥାଏ ଉକ୍ତ ସହର କୁ ପାନୀୟଜଳ ଯୋଗାଇବା ପାଈଁ ଧାନଘର ସ୍ଥିତ ଫାଣ୍ଡି ସାମ୍ନାରେ ଏକ ସୁଦିର୍ଘିଅ ଜଳ ଯୋଗାଣ ପ୍ରକଳ୍ପ କରବାଲୁଆ ଜେନାପୁର ଠାରେ ଏକ ଜଳ ଯୋଗାଣ ପ୍ରକଳ୍ପ ଏବଂ ଭୋଳାସିଙ୍ଗି ଠାରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ରହିଛି । ଉକ୍ତ ପ୍ରକଳ୍ପ ଠାରେ ବିଦୁତ୍ ସରବରାହ ବିଛିନ୍ନ ହେଲେ ପାୱାର ସଂଯୋଗ ପାଈଁ ଜେନେରେଟର୍ ଥାଇ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଗତ ବର୍ଷ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଅତ୍ୟନ୍ତ ହାସ୍ୟସ୍ପଦ ଅଟେ । ବର୍ତ୍ତମାନ ଚିକିଟି ପେଣ୍ଠରେ ଦିନକୁ ଦିନ ଯେଉଁ ଜଳସଙ୍କଟ ଦେଖାଯାଉଛି ତାକୁ ବିଭାଗୀୟ ଅଧିକାରୀ ଏଡାଇ ପାୱାର କଟ ଭୋଲଟେଜ୍ ଡାଉନ କହି ହାତ ଝଡା ଝଡି ହୋଇ ବସି ବେନିତ ?
୧୯ବର୍ଷ ଶାସନରେ ହୋଇପାରିଲାଣି ପାନୀୟ ଜଳର ସମସ୍ୟା ଦୂର: ଚିକିଟିରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ
|
March 30, 2019 |