୧୬ ଭାରତୀୟ ମାଛଧରାଳିଙ୍କୁ ଗିରଫ କଲା ପାକିସ୍ତାନ, ୩ଟି ଡ଼ଙ୍ଗା ଜବତ

Spread the love

କରାଚୀ୨୪/୧୦(ସନ୍ଧାନ ନିୟୁଜ): ୧୬ଜଣ ଭାରତୀୟ ମାଛଧରାଳିଙ୍କୁ ପାକିସ୍ତାନ ଅଧିକାରୀ ଗିରଫ କରିଥିବା ଖବର ମିଳିଛି। ଭୁଲବଶତଃ ଏହି ୧୬ଜଣ ମାଛଧରାଳି ପାକିସ୍ତାନର ସମୁଦ୍ର ସୀମାକୁ ପଶି ଯାଇଥିବାରୁ ପାକିସ୍ତାନୀ ଅଧିକାରୀ ୩ଟି ଡ଼ଙ୍ଗା ଜବତ କରିବା ସହ ୧୬ଜଣ ମାଛଧରାଳିଙ୍କୁ ଗିରଫ କରିଛନ୍ତି । ସୋମବାର ଏହି ମାଛଧରାଳିମାନଙ୍କୁ ଗିରଫ କରାଯାଇଥିବା ବେଳେ ବୁଧବାର ପାକ୍‌ ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଥିଲା ।

କରାଚୀର ଡ଼ାକ୍‌ ପୁଲିସ ଷ୍ଟେସନରେ ଏହି ୧୬ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ପାକିସ୍ତାନ ଏବଂ ଭାରତ ଅନେକ ସମୟରେ ଉଭୟ ଦେଶର ମାଛଧରାଳିମାନଙ୍କୁ ଗିରଫ କରିଥାନ୍ତି । ଆରବ ସାଗରରେ ଭାରତ ଏବଂ ପାକିସ୍ତାନ ଜଳସୀମା ଜାଣିବା ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ଅନେକ ସମୟରେ ଦେଖାଯାଉଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏଭଳି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ବାହାରି ପାରିନାହିଁ ।

Related Posts

About The Author

Add Comment