ଧର୍ମଶାଳା, ୧୮/୧୦/୨୦ (ସନ୍ଧାନ ନିଉଜ) : ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଏବେ ଅସମ୍ଭାଳ ପରିସ୍ଥିତି ଦେଈ ଗତି କରୁଛି ପ୍ରତେକ ଦିନ ଛୋଟ ବଡ଼ ଦୃଘଟଣା ଦେଖିବାକୁ ମିଳୁଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଗତ କାଲି ସନ୍ଧ୍ୟାରେ ଭଦ୍ରକ ଭଣ୍ଡାରୀପୋଖରୀ ଅଂଚଳର ବିଜୟ ଦାସ ଓ ଭଦ୍ରକ ଇଛାପୁର ଅଂଚଳର ସୁଧାକର ତ୍ରିପାଠୀ ବାଇକ ଯୋଗେ କଟକ ଅଭିମୁଖେ ଯାଉଥିବା ସମୟରେ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ପଛପଟୁ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା। ଫଳରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଜାରକା ବିଟ ହାଉସ ଅଧିକାରୀ ରାଜକିଶୋର ନାୟକ ପହଂଚି ଆହତ ଦ୍ବୟଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ସେହିପରି ରସୁଲୁପୁର ବ୍ଲକ ବାରବାଟୀ ପଞ୍ଚାୟତ ଅଧିନସ୍ଥ ଗଣେଶ ବଜ଼ାର ପରିବା ହାଟ ନିକଟରେ ସକାଳ ୭ଟା ରେ କୁଆଖିଆ ପଟୁ ଆସୁଥିବା ଏକ ପିକଅପ ଭ୍ୟାନ (ଏପି୧୬ଟିଏଫ୫୫୫୦)ନ ଗାଡି ରାସ୍ତା କଡରେ ରଙ୍ଗ ସାଇଡ଼ରେ ଛିଡା ହୋଇଥିବା ଗାଡି(ଓଡି ୦୭ଏକ୍ସ ୮୮୨୭)ନ ଟ୍ରକ କୁ ଧକ୍କା ଦେଇଥିଲା।ଫଳରେ ଭ୍ୟାନ ଚାଳକ ଓ ଅନ୍ୟ ସହଯୋଗୀ ଗୁରତର ଆହତ ହୋଇଥିଲେ ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ଧର୍ମଶାଳା ମେଡ଼ିକାଲ କୁ ନେଇଥିଲେ। ପରେ ୮.୩୦ କୁଆଖିଆ ଥାନ ଦୁର୍ଗାପୁର ନିକଟ ପେଟ୍ରୋଲ ପମ୍ପ ପାଖରେ ଚଣ୍ଡିଖୋଲ ସୁଭଦ୍ରାପୁର ଗ୍ରାମର ପ୍ରଶାନ୍ତ ପାତ୍ର(୫୫)ପୁତୁରା ରାଜେଶ ପାତ୍ର(୨୫) (ଓଡ଼ି ୦୪ଏନ ୦୭୪୮) ନ ହିରୋ ଗ୍ଲାମର ମଟର ସାଇକେଲରେ କୁଆଖିଆ ଅଭିମୁଖେ ଯାଉଥିବା ବେଳେ ପଛ ପଟରୁ ଆସୁଥିବା (ଜେ ଏଚ ୦୨ ଏୟୁ ୨୫୨୦) ନ ଏକ ହାଇବା ଧକ୍କା ଦେଇଥିଲା ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡ଼ିକାଲ କୁ ପଠାଇଥିଲେ ସେମାନଙ୍କ ସ୍ଥିତି ଗୁରତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ କୁଆଖିଆ ପୋଲିସ ଟ୍ରକ ଟିକୁ ଜବତ କରିଛି ।
୧୬ନଂ ଜାତୀୟ ରାଜପଥରେ ତିନି ପୃଥକ ଦୁର୍ଘଟଣା, ଛଅ ଗୁରୁତର
|
October 18, 2020 |