ଯାଜପୁର, ୧୫/୧୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ୨୪ ତମ ରାଜ୍ୟ ସ୍ତରୀୟ ଯୁବ ଊତ୍ସବ ଚଳିତ ମାସ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ, ଯାଜପୁର, ପୌର ପ୍ରଶାସନ, ଯାଜପୁରର ମିଳିତ ସହଯୋଗରେ ଏହି ଊତ୍ସବ ଅନୁଷ୍ଠିତ ହେବାକୁ ଯାଊଛି। ସେହିପରି ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ନଭେମ୍ୱର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି “ ୨୦୧୮ ଯାଜପୁର ସହର ସ୍ଥିତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଊଛି। ମହୋତ୍ସବ ସହ ଯୋଡାଯାଇଛି ଡି.ଏସ୍.ଏମ୍.ଏସ୍. (ଓରମାସ୍) ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ପଲ୍୍ଳିଶ୍ରୀ ମେଳା। ଯାହା ଚଳିତ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ। ଯୁବ ଊତ୍ସବର ଊଦ୍ଘାଟନ ନଭେମ୍ୱର ୧୫ ତାରିଖ ସଂଧ୍ୟା ୬ ଘଟିକାରେ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ, ଓଡିଶା, ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସୁବ୍ରତୋ ବାଗଚୀ, ମାନ୍ୟବର ଅଧ୍ୟକ୍ଷ ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଓଡିଶା, ଜିଲ୍ଲାର ମାନ୍ୟବର ସାଂସଦ ଓ ସମସ୍ତ ମାନ୍ୟବର ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ସେହିପରି ଚଳିତ “ଯଯାତି” ମହୋତ୍ସବ ତା ୧୯ା୧୧ା୧୮ ରିଖରେ ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଊଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ମାନ୍ୟବର ସାଂସଦ, ସମସ୍ତ ମାନ୍ୟବର ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଭାପତିତ୍ୱ କରିବେ। ଯୁବ ଊତ୍ସବରେ ଓଡିଶୀ ସଂଗୀତ, ଲୋକନୃତ୍ୟ, ଲୋକ ସଂଗୀତ, ବକ୍ତୃତା, ନାଟକ, ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ବାଦ୍ୟ ଇତ୍ୟାଦି ୧୮ ଗୋଟି ବିଭାଗରେ ୩୦ ଟି ଯାକ ଜିଲ୍ଲାର ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବାଳାଶ୍ରମ ପଡିଆ, ଗୈାତମ ବୁଦ୍ଧ ସଂସ୍କୃତି ଭବନ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ, ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ ଠାରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରତ୍ୟେକ ସଂଧ୍ୟାରେ ଯୁବ ପ୍ରତିଯୋଗୀଙ୍କ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଳାଶ୍ରମ ସାଂସ୍କୃତିକ ମଞ୍ଚରେ ପରିବେଷିତ ହେବ। ଊଦ୍ଘାଟନୀ ଦିବସରେ ବିଭିନ୍ନ କ୍ଷେତ୍ରରେ ଊଲ୍ଲେଖନୀୟ ଅବଦାନ ରଖିଥିବା ଜିଲ୍ଲାର ଓ ଜିଲ୍ଲା ବାହାରର କୃତି ସନ୍ତାନଙ୍କୁ “ଯଯାତି” ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦର ନିଷ୍ପତ୍ତି ମୁତାବକ ରାଜ୍ୟ ବାହାରର ଜଣେ ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରାଯିବ ଯିଏକି, ଯାଜପୁରର ଗୈାରବ ବୃଦ୍ଧି କରିଥିବେ ଓ ଯାଜପୁର ଜିଲ୍ଲାରୁ ଜଣେ ବ୍ୟକ୍ତିତ୍ୱଙ୍କୁ ସମ୍ୱର୍ଦ୍ଧିତ କରାଯିବ ଯିଏ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜିଲ୍ଲାକୁ ପରିଚିତ କରାଇଥିବେ। ଚଳିତ ବର୍ଷ ବିଶିଷ୍ଟ ଲେଖକ ତଥା ବନ୍ଦେ ମା ତରମ୍ର ସ୍ରଷ୍ଟା ଯାଜପୁରର ପ୍ରାକ୍ତନ ଡେପୁଟୀ କଲେକ୍ଟର ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଓ ବିଶିଷ୍ଟ କ୍ରୀଡାବିତ୍ ସୁଶ୍ରୀ ଦୂତୀ ଚାନ୍ଦଙ୍କୁ ଯଥାକ୍ରମେଏହି “ଯଯାତି” ସମ୍ମାନ ପ୍ରଦାନ କରାଯିବ।। ୧୫ା୧୧ା୧୮ ରିଖରେ ଯୁବ ଊତ୍ସବ ଓ ଜିଲ୍ଲା ମହୋତ୍ସବର ସଚେତନତା ସୃଷ୍ଟି ଊ୍ଦେ୍ଦଶ୍ୟରେ ମା’ ବିରଜାଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନ ୩ ଘଟିକାରୁ ବିରଜା ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବାଳାଶ୍ରମ ପଡିଆ ସ୍ଥଳରେ ପହଞ୍ଚିବ ନଭେମ୍ୱର ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୮ ତାରିଖ ବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ୧୫ ତାରିଖରେ ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ୧୬ ଓ ୧୭ ତାରିଖରେ ବିଭିନ୍ନ ଜିଲ୍ଲାର ଯୁବ ବର୍ଗ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ୧୭ ରେ ମଧ୍ୟ ବିଶିଷ୍ଟ ଗାୟିକା ସୁନିଧି ଚୌହାନଙ୍କ ଦ୍ୱାରା, ୧୯ ରେ ଶ୍ରୀ ଊଦିତ ନାରାୟଣଙ୍କ ଦ୍ୱାରା, ୨୦ ରେ କୈଳାସ ଖେର ଓ ୨୧ ତାରିଖ ବା ଶେଷ ଦିନରେ ଯୁବ କଣ୍ଠଶିଳ୍ପୀ ବେନି ଦୟାଲଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏତଦ୍ ବ୍ୟତୀତ ମହୋତ୍ସବରେ ପ୍ରଥମ ଦିନ ଗୁରୁ ପୁଷ୍ପ ରଂଜନ ମଙ୍ଗରାଜ ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ୨ୟ ଦିନ ପରମାନନ୍ଦ ସ୍ୱାଇଁ ଓ ସାଥୀଙ୍କ ଦ୍ୱାରା ସମ୍ୱଲପୁରୀ ନୃତ୍ୟ ଓ ତୃତୀୟ ଦିନ ଗୁରୁ ଆଶିଷ ଦାସଙ୍କ ନୃତ୍ୟ ଦଳ ଓଡିଶୀ ନୃତ୍ୟ ପରିବେଷଣ କରିବେ। ୨୦ ତାରିଖ ଦିବା ୧୦ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ କୃଷି ଓ କୃଷକ ସମାବେଶ ଅନୁଷ୍ଠିତ ହେବ। ୨୧ ତାରିଖ ଦିବା ୧୦ ଘଟିକାରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆଲୋଚନା ଚକ୍ର ଓ ଦିବା ୧୧ ଘଟିକାରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ନାରୀ ସଶକ୍ତିକରଣ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ପଲ୍ଲିଶ୍ରୀ ମେଳାରେ ୧୪୦ ରୁ ଊର୍ଦ୍ଧ୍ୱ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏଥି ମଧ୍ୟରେ ଆମ ଜିଲ୍ଲା ସହ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଷ୍ଟଲ, ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ ଷ୍ଟଲମାନ ସ୍ଥାନୀତ ହେବ। ମହୋତ୍ସବ ସ୍ଥଳରେ ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଗମନାଗମନ ଇତ୍ୟାଦିର ସୁବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ଥିବା ଅନୁଷ୍ଠାନର କଳାକାର ମାନଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଇଛି।୨୪ ତମ କ୍ରୀଡା ମହାକୁମ୍ଭ ଓ ଯାଜପୁରର ଐତିହ୍ୟ, ସଂସ୍କୃତି, ଜନଜୀବନ ଏବଂ ଶିଳ୍ପ ସମୃଦ୍ଧିକୁ ଆଧାର କରି ଅନୁଷ୍ଠିତ ହେଊଥିବା ଜିଲ୍ଲା ମହୋତ୍ସବ “ଯଯାତି” ସପଂଳ ହେବ ସମସ୍ତଙ୍କ ସଦିଚ୍ଚ୍ଥା ଓ ସହଯୋଗରେ। ଯାଜପୁରର ମାଟି ଊଭୟ ପ୍ରାଚୀନ ଓ ନବୀନ ସାଂସ୍କୃତିକ ପରିଚୟରେ ଚିତ୍ରିତ ଏକ ଊଜ୍ୱଳ କ୍ଷେତ୍ର। ବିଭିନ୍ନ ଧର୍ମ ଓ ବିଭିନ୍ନ ଦର୍ଶନକୁ ଅନ୍ତଃସ୍ଥ କରି ଶହ ଶହ ବର୍ଷ ଧରି ବିକଶିତ ହୋଇଥିବା ସମନ୍ୱୟ ଏବଂ ସହାବସ୍ଥାନର କ୍ଷେତ୍ର। ସୁଯୋଗ ଓ ସମ୍ଭାବନାର କ୍ଷେତ୍ର। ସଂପର୍କ, ସମ୍ପ୍ରିତ୍ତି ଓ ପ୍ରଗତିର ମହନୀୟ ମାଧ୍ୟମର ପରିପ୍ରକାଶ ହେଊଛି ଏହି ଜିଲ୍ଲା ମହୋତ୍ସବ “ଯଯାତି”। ଜିଲ୍ଳା ବାସୀଙ୍କ ସହ ଗଣମାଧ୍ୟମର ସହଯୋଗ ଏହି କାର୍ଯ୍ୟକୁ ଅଧିକ ସପଂଳ କରିବ ବୋଲି ଆଶା ଓ ବିଶ୍ୱାସ।
୧୫ ରୁ ୧୮ ମଧ୍ୟରେ ଯାଜପୁର ଜିଲ୍ଲାର ୨୪ ତମ ରାଜ୍ୟ ସ୍ତରୀୟ ଯୁବ ଊତ୍ସବ
|
November 15, 2018 |