୧୫ ପାକ୍‍ ସୈନିକ, ୮ ଆତଙ୍କବାଦୀ ନିପାତ

Spread the love
ଜାମ୍ମୁ-କାଶ୍ମୀର, ୧୩/୦୪ (ସନ୍ଧାନ ନିୟୁଜ) : ଜାମ୍ମୁ-କାଶ୍ମୀରର କେରନ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ଲଙ୍ଘନ କରି ପାକିସ୍ତାନର ଆତଙ୍କବାଦୀ ଶିବିର (ଲଞ୍ଚପ୍ୟାଡ) ଓ ଅସ୍ତ୍ରାଗାର ଉପରେ ଭାରତ ସେନା ବଡ ଧରଣର ଆକ୍ରମଣ କରିଥିଲା। ଶୁକ୍ରବାର (ଏପ୍ରିଲ ୧୦ ତାରିଖ)ରେ ଭାରତ ସେନା କରିଥିବା ଏହି ସାମରିକ କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରବିବାର ଗୁଇନ୍ଦା ସୂଚନା ମିଳିଛି। ସୂଚନା ମୁତାବକ, ଭାରତର ଏହି କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ୧୫ ସୈନିକ ଓ ୮ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପାକିସ୍ତାନର ଦୁଧନିଆଲ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଓ ଅନ୍ୟାନ୍ୟ ଗୋଦାମ ଘର ନଷ୍ଟ ହୋଇଛି। ବାର ଆକ୍ରମଣ ପରେ ପାକିସ୍ତାନର କି ପ୍ରକାର କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନଥିଲା। ତେଣୁ ସେନା ଗୁଇନ୍ଦା ବିଭାଗ ଏହି କ୍ଷତିକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହରେ ଲାଗିଥିଲା। ତଥ୍ୟ ସଂଗ୍ରହ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତ ସେନାର ଏହି କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ପାକିସ୍ତାନ ସେନା ସ୍ୱୀକାର କରିଛି; ମାତ୍ର କ୍ଷତିକୁ ସ୍ୱୀକାର କରି ନାହିଁ। ପାକିସ୍ତାନ ସେନା କହିଛି ଯେ ନିୟନ୍ତ୍ରଣ ରେଖା ନିକଟ ସାରଦା, ଦୁଧନିଆଲ ଓ ଶାହାକୋଟ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି।

Related Posts

About The Author

Add Comment