୧୫ହଜାର ଲୋକଙ୍କଠୁ ଲୁଟିନେଲେ ୬୦ ଲକ୍ଷ

Spread the love

ବେତନଟୀ, ,05/10 (ସନ୍ଧାନ ନ୍ୟୁଜ୍) :- ଜିଲ୍ଲାରେ ପୁଣି ମୁଣ୍ଡ ଟେକିଲାଣି ଚିଟ୍‌ଫଣ୍ଡ ସଂସ୍ଥା । ଉକ୍ତ ସଂସ୍ଥା ବିଭିନ୍ନ ଲୋଭା ଦେଖାଇ ଗ୍ରାହକଙ୍କଠାରୁ ସଂଗ୍ରହ କରି ସାରିଲେଣି ୬୦ ଲକ୍ଷରୁ ଉଦ୍ଧି ଟଙ୍କା ୨୦୧୨ ମସିହାରେ ରାଜ୍ୟରେ ଚାଲିଥିବା ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ଉ କରାଯାଇ ବନ୍ଦ କରାଯାଇଥିବା ବେଳେ ଘଟଣାର ଦୀର୍ଘ ବର୍ଷ ପରେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଲାଣି ଚିଟ୍‌ଫଣ୍ଡ ସଂସ୍ଥା । ୪ଶହ ଟଙ୍କାରେ ସଦସ୍ୟତା ଗ୍ରହଣ ସ୍କିମରେ ଗ୍ରାହକଙ୍କୁ ଆକୃଷ୍ଟକରି ଅଧିକରୁ ଅଧିକ ନୂତନ ସଦସ୍ୟ ସଂଗ୍ରହ କଲେ ତଦନୁଯାୟୀ ଘରେ ବସିବସି କମିଶନ ମିଳିବାର ଲୋଭ ଦେଇ ଜିଲ୍ଲାରୁ ଏହି ଠକସଂସ୍ଥା ସଂଗ୍ରହ କରିସାରିଲାଣି ୬୦ଲକ୍ଷରୁ ଉର୍ଦ୍ଧ ଟଙ୍କା । ସୂଚନା ଅନୁଯାୟୀ, ବାରିପଦା ସହର ଉପକଣ୍ଠ କମଳାନେହେରୁ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ପୂ ଟନମ୍ବର- ୫୧୩ ଠିକଣାରେ ‘ଜଗନି କା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ ନାମରେ ଏହି ସଂସ୍ଥା ଅଧିକ କମିଶନର ଲୋଭଦେଇ ମୟୁରଭଞ୍ଜ ସମେତ ପଡୋଶୀ ପଶ୍ଚିମବଙ୍ଗର ୧୫ ହଜାରରୁ ଊଦ୍ଧ ଲୋକଙ୍କ ଠାରୁ ୪ଶ ହଟଙ୍କା କରି ଠକିନେଇଛି ୬୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ନୂତନ ସଦସ୍ୟତା ପାଇଁ ୮ଶହ ଟଙ୍କା ପୈଠ ପାଇଁ କମ୍ପାନୀ ସୂଚନା ଦେଇଥିବା ବେଳେ ବିଶ୍ୱ ମହାମାରୀ କରୋନା ପାଇଁ କୋଭିଡ-୧୯ ଡିସକାଉଣ୍ଟ ଶତକଡା ୫୦ ପ୍ରତିଶତ ପରେ ୪ଶହ ଟଙ୍କା ପୈଠ କରିବାର ଲୋଭ ଦେଖାଇଥିଲା । ତେବେ ନୂତନ ସଦସ୍ୟ ସଂଗ୍ରହ ବାବଦକୁ ମିଳିବାକୁ ଥିବା କମିଶନ ନମିଳିବାରୁ କମ୍ପାନୀର ଠକାମୀ ସମ୍ପର୍କରେ ଜଣାପଡିଥିଲା । ଏହି ସଂସ୍ଥା ବେତନଟୀ, ଦାନ୍ତିଆମୁହାଁ, ପୁରିନ୍ଦା, ମେଦୀ ସମେତ ବିଭିନ୍ନ ଅଞ୍ଚଳରୁ ଯୁବକଙ୍କୁ ଅଧିକ କମିଶନ ନାଁରେ ଠକିଥିବା ବେଳେ ଲୋକଙ୍କ ମନରେ ବିଶ୍ବାସ ଯୋଗାଇବା ପାଇଁ ଛାଡିଥିବା ୱେବସାଇଟ୍ କୁ ଏବେ କମ୍ପାନୀ ବନ୍ଦ କରିଦେଇଛି । ଫଳରେ ଏବେ ଟଙ୍କା ଫେରିପାଇବା ଚିନ୍ତାରେ ହଜାର ହଜାର ଗ୍ରାହକ । ଏହି ଠକସଂସ୍ଥା ନିଜ ନାମରେ ବାରିପଦାର ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ନମ୍ବର (୯୧୯୦୨୦୦୪୪୭୩୯୩୦୩) ଜରିଆରେ ଲୋକଙ୍କ ଠାରୁ ଏହି ଟଙ୍କା ସଂଗ୍ରହ କରୁଥିଲା । ଏହି ଠକସଂସ୍ଥା ଚଳାଉଥିବା ବ୍ୟକ୍ତି ପୂର୍ବରୁ ୨୦୦୫-୨୦୦୬ ମସିହାରୁ । ବିଭିନ୍ନ ଚିଟ୍‌ଫଣ୍ଡ ସଂଶ୍ଳିଷ୍ଟ ଥିବାବେଳେ ସେତେବେଳେ ମଧ୍ୟ ବହୁଲୋକ ଠକାମୀର ଶିକାର ହୋଇଥିଲେ। ତେବେ ଜଣେ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଚିଟ୍‌ଫଣ୍ଡସଂସ୍ଥା ଖୋଲି ଖୋଲା ବଜାରରୁ ହଜାରହଜାର ଜନସାଧାରଣଙ୍କ ଠାରୁ ଲକ୍ଷଲକ୍ଷ କୋଟିକୋଟି ଟଙ୍କା ଲୁଟୁଥିବା ବେଳେ ପ୍ରଶାସନ ଏଦିଗରେ ନୀରବଦ୍ରଷ୍ଟାକୁ ନେଇ ଉଠିଛି ଅନେକ ପ୍ରଶ୍ନ ତେବେ ଏହି ଠକସଂସ୍ଥା ବାରିପଦା ସହରରେ ଦୀର୍ଘଦିନ ଧରି ନିଜର ଠକାମୀ ଚଳାଇ ଆସୁଥିବା ବେଳେ ପ୍ରଶାସନ କିଭଳି ଜାଣିପାରିଲାନି ତାହା ତଦନ୍ତ ସାପେକ୍ଷ । ଅଧିକ କମିଶନ ଆଶାରେ ଠକାମୀର ଶିକାର ହୋଇଥିବା ବେତନଟୀ ଅଞ୍ଚଳର ବହୁ ଜମାକାରୀ ଟଙ୍କା ଫେରି ପାଇବାକୁ ଖୁବଶୀଘ୍ର ଆଇନର ଦ୍ୱାରସ୍ଥ ହେବାନେଇ ‘ପ୍ରମେୟ’କୁ ସୂଚନା ଦେଇଛନ୍ତି । ତେବେ ଲଡାଉନ ପାଇଁ ଅନେକେ ନିଜର ଜୀବନଜୀବିକା ହରାଇଥିବା ବେକାର ଯୁବକମାନଙ୍କୁ ଏହି ର ଠକସଂସ୍ଥା ଅଧିକ କମିଶନର ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିବା ବେଳେ ଏନେଇ ପ୍ରଶାସନ କି ପଦକ୍ଷେପ ନେଉଛି ତାହାକୁ ଏବେ ଅପେକ୍ଷା।

Related Posts

About The Author

Add Comment