୧୪୪ ଜାଗାରେ ଘର ନିର୍ମାଣ କରାଯାଉଛି, ପୋଲିସ ଚୁପୁ

Spread the love

ଯାଜପୁର (ସନ୍ଧାନ ନିୟୁଜ): ଆଜି କାଲି ଆଇନ ଶୁଙ୍ଖଳ ପରିସ୍ଥିତି ଏମିତି ହୋଇଛି କି ଆଇନକୁ କେହି ମାନିବାକୁ ରାଜି ନାହାନ୍ତି । ସେ କୋର୍ଟ ହେଉ କିମ୍ବା ଅନ୍ୟ କୌଣସି ସରକାରୀ ଆଇନ୍ କାନୁନ । ଆଉ ଏହାକୁ କାର୍ଯ୍ୟକାରୀ କରିବା ଏବଂ ପାଳନ କରିବା ଯାହାର ଦାୟିତ୍ୱ ସେ ନାଇରେ ଜଡା ତେଲ ଦେଇ ଶୋଇବା ଭଳି କାର୍ଯ୍ୟ କରୁଛି । ଘଟଣାରୁ ପ୍ରକାଶ ଯେ କ୍ଷେତ୍ରପାଳ ମୌଜାର ଜୁବୁଲି ଦାସ ନାମକୁ ଜଣେ ହିତାଧିକାରୀ ଏକ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇ ଘର ନିର୍ମାଣ କରୁଚନ୍ତି । ମାତ୍ର ନିଜର ଯାଗାରେ ନକରି ଅନ୍ୟ ଏକ ଯାଗା ରେ ଘର ନିର୍ମାଣ କରୁଛନ୍ତି ।ମାତ୍ରଅ ସେ ଦେଇଥିବା ପ୍ଲଟ ନମ୍ବର ୨୪୮/୨୫୨ରେ ଘର ନକରି ଅନ୍ୟ ଏକ ପ୍ଲଟ ନମ୍ବର୪୫୯ରେ ଘର ନିର୍ମାଣ କରୁଛନ୍ତି । ଯାହାକି ଆଉ ଜଣଙ୍କ ସ୍ଥାନ ହୋଇଥିବାରୁ ସେ ଉପ ଜିଲ୍ଲାପାଳଙ୍କ କୋର୍ଟରେ କେସ କରିଥିଲେ । ପରେ କୋର୍ଟ ପକ୍ଷରୁ ଉକ୍ତ ସ୍ଥାନ ଉପରେ ୧୪୪ ଧାରା ଜାରି କରାଯାଇ ପୋଲିସକୁ କଢ଼ା କଢ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ପୋଲିସର ନିରବ ପଣିଆ ଫଳରେ ଉକ୍ତ ବ୍ୟକ୍ତିଟି କୋର୍ଟର ଆଦେଶକୁ ନମାନି ସେଠାରେ ଘର ନିର୍ମାଣ କରିବାରେ ଲାଗିପଡିଛନ୍ତି । ଏଥିରୁ ପୋଲିସ ଉକ୍ତ ବ୍ୟକ୍ତି ଠାରୁ ମୋଟା ଅଙ୍କର ନେଇଥିବା ଅପର ପକ୍ଷ ଅଭିଯୋଗ କରିଛନ୍ତି । ଫଳରେ ପୋଲିସ ବା ଉକ୍ତ ବ୍ୟକ୍ତି ଜଣଙ୍କ କୋର୍ଟର ଆଦେଶକୁ ଅମାନ୍ୟ କରୁଥିବା ନେଇ ପୁଣିଥରେ ସେ ଉଚ୍ଚ ନ୍ୟାୟଳୟର ଦ୍ୱାରାସ୍ଥ ହେବେ ବୋଲି ଅଭିଯୋଗ କାରୀ ପ୍ରକାଶ କରିଛନ୍ତି । କିନ୍ତୁ ଏହାକୁ ନେଇ ଦେଶର କୌଣସି ଆଇନ କାନୁନୁ କୁ କେହି ମାନିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ପୋଲିସର ମଧ୍ୟ ଇଚ୍ଚା ନଥିବା ନେଇ ସାଧରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment