୧୩ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ନିୟମିତ ହେବେ ଶିକ୍ଷାସହାୟକ

Spread the love
ଭୁବନେଶ୍ୱର, ୨୪/୧୨/୨୧(ସନ୍ଧାନ ନ୍ୟୁଜ) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଶକ୍ତି, ଶିଳ୍ପ, ବିଦ୍ୟାଳୟ ଏବଂ ଜନଶିକ୍ଷା, ଜଳ ସମ୍ପଦ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ସହରିକରଣ, ଆଇନ, କାର୍ଯ୍ୟ ଏବଂ ସଂସଦୀୟ ବିଭାଗ ସମ୍ବନ୍ଧୀୟ ୧୩ ଟି ପ୍ରମୁଖ ପ୍ରସ୍ତାବ ଉପରେ ଆଜି ମୋହର ଲାଗିଛି। ଏକ ବଡ ନିଷ୍ପତି କ୍ରମେ ରାଜ୍ୟ ସରକାର ଶିକ୍ଷା ସହାୟକଙ୍କୁ ନିୟମିତ କରିବାକୁ ଘୋଷଣା କରିଛନ୍ତି । ୬ ବର୍ଷ ଚୁକ୍ତି ସମାପ୍ତ ପରେ ସେମାନଙ୍କୁ ରେଗୁଲାର ଶିକ୍ଷକ ମାନ୍ୟତା ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ୩୩୨୮ ଜଣ ଶିକ୍ଷା ସହାୟକ ଉପକୃତ ହେବେ । ସେହିପରି ବିଭିନ୍ନ ଗ୍ରାମାଞ୍ଚଳରେ ଲୋ ଭୋଲଟେଜ୍ ସମସ୍ୟା ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେବ ୩୩ କେଭି ଓ ୧୧ କେଭି ସବଷ୍ଟେସନ ପ୍ରତିଷ୍ଠା କରାଯିବ ଓପିଟିସିଏଲ୍ ମାଧ୍ୟମରେ ଏହି କାମ ହେବ । ୨୬୦ କୋଟ ଟଙ୍କା ବ୍ୟୟରେ ୪ଟି ଜାଗାରେ ଗ୍ରୀଡ ସବଷ୍ଟେସନ ପ୍ରତିଷ୍ଠା ହେବ ।

Related Posts

About The Author

Add Comment