୧୨ ଦଫା ଦାବୀ ନେଇ ଅଜାଣ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣା

Spread the love

ବରୀ, ୧୯/୨(ସନ୍ଧାନ ନିଉଜ/ଇତିଶ୍ରୀ ଦାସ) ବରୀ ବ୍ଲକ ଅଧିନ ମେଦୁଆକୂଳ ଗ୍ରାମର ଅଜାଣ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୨ ଦଫା ଦାବୀ ନେଇ ଗ୍ରାମବାସୀ,ଅଭିଭାବକ ଓ ଛାତ୍ରୀଛାତ୍ର ସୋମବାର ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବରୀ ବିଇଓ ଅଭୟ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହିତ ଆଲୋଚନା କରିଥିଲେ । କୈାଣସି ସଫଳ ନ ମିଳିବାରୁ ଏଥିପାଇଁ ବେହେରାଙ୍କୁ ସଂପୁକ୍ତିବୋଲି ଅଭିଯୋଗ କରିଥିଲେ ।  ଜିଲ୍ଲା ଶିକ୍ଷାଧିକାରୀ କି କୈାଣସି ଜିଲ୍ଲା ପ୍ରଶାସନିକ ଅଧିକାରୀ ଧାରଣାସ୍ଥଳକୁ ଆସି ନଥିଲେ । ଫଳରେ ଧାରଣାକାରୀମାନେ ଧାରଣା ଜାରି ରଖିଛନ୍ତି । ଏଥିରେ ସୈାଭାଗ୍ୟ ରଂଜନ ଦାସ,ପ୍ରମୋଦ ଦାସ,ରାକେଶ ଦାସ,ନୃସିଂହ ଶାନ୍ତି,ସୁଶାନ୍ତ ଶାନ୍ତି, ସଂଜୟ ନାୟକ ପ୍ରମୁଖ ଗ୍ରାମବାସୀ ଧାରଣାରେ ବସି ରହିଛନ୍ତି ।

Related Posts

About The Author

Add Comment