ଯାଜପୁର, ୦୮/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟ ପରିଶରରେ ବରୀ ଚାଳ ଘର ସଂସଦ ପକ୍ଷରୁ ୧୨୦ ଜଣ ଶିକ୍ଷକଙ୍କୁ ବରୀ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱିପ ପ୍ରଜ୍ଜଳନ କରି ପବିତ୍ର ଗୁରୁଦିବସ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ଅବସରରେ ରାଧାକୃଷ୍ଣ ଫଟୋ ସହିତ ଉତ୍ତରୀୟ ଏବଂ ମାନପତ୍ର ଦେଇ ମୁଖ୍ୟ ଅତିଥି ଶ୍ରୀମତୀ ସୁନନ୍ଦା ଦାସ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । +୩ କଲେଜର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗଦେଇଥିବା ବେଳେ, +୨ ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟି ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ରସୁଲପୁର ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲିକ ଯୋଗଦେଇଥିଲେ । ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବ୍ରହ୍ମବରଦା ଅଞ୍ଚଳର ବରିଷ୍ଠ ନାଗରିକ, ସାହିତିକ, ସାମ୍ବାଦିକ ମାନେ ଯୋଗଦେଇଥିଲେ । କୃତିତ୍ୱ ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଉତ୍ତରିୟ ମାନପତ୍ର ସହିତ ରାଧାକୃଷ୍ଣ ଫଟୋ ଦିଆଯାଇଥିଲା । ଚାଳଘର ସଂସଦର ସଭାପତି ସଭାପତିତ୍ୱ କରିଥିଲେ ।
୧୨୦ ଜଣ ଶିକ୍ଷକଙ୍କୁ ଗୁରୁଦିବସରେ ବିଧାୟୀକା ସମ୍ବର୍ଦ୍ଧିତ କଲେ
|
September 8, 2021 |


