୧୧ ଦିନ ବନ୍ଦ ରହିବା ପରେ: ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

Spread the love

କୋଣାର୍କ ୧୪/୫ (ସନ୍ଧାନ ନିୟୁଜ) : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି ।ହେଲେ ଏବେ ମେସିନ୍ ଟିକେଟ ଜରିଆରେ ନୁହେଁ ବରଂ ମାନୁଆଲ୍ ଟିକେଟରେ ମନ୍ଦିର ଭିତରକୁ  ପର୍ଯ୍ୟଟକଙ୍କୁ  ଯିବାକୁ ପଡ଼ୁଛି। ଗତ ୩ ତାରିଖରେ ବାତ୍ୟା ‘ଫନି’ ପ୍ରଭାବରେ ମନ୍ଦିର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଫଳରେ କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟ ହରାଇଥିଲା ବୋଲି ଜଣାଯାଇଛି।। ଏହା ଭିତରକୁ ପର୍ଯ୍ୟଟକଙ୍କୁ ଛଡ଼ା ଯାଉ ନଥିଲା।

ଏଣୁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା ବୋଲି ଏଏସ ଆଇ ଡିଜି କହିଛନ୍ତି। ଆଜି କୋଣାର୍କ ମନ୍ଦିର ଖୋଲିବାପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

Related Posts

About The Author

Add Comment