୧୧ତମ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟେ ଉଦଯାପିତ

Spread the love

ଧର୍ମଶାଳା,୩/୩(ସନ୍ଧାନ ନିଉଜ/ ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତଅଧିନ କଲାଣ୍ଡଠାରେ ଚାଲୁଥିବା ୧୧ତମ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି, ଏଥିରେ ଫାଇନାଲମ୍ୟାଚରେ ଅଞ୍ଜିରା ଓ ଖପୁରିଆପଦା ମଧ୍ୟରେ ଖେଳହୋଇଥିଲା,୨୦ଓଭର ମ୍ୟାଚରେ ଅଞ୍ଜିରା ପ୍ରଥମେ ବ୍ୟାଟିଂକରି୧୪.୩ଓଭ ରରେ ସମସ୍ତ ଉଇକେଟ ହରାଇ୧୦୧ରନ କରିଥିଲା, ଜବାବରେ ଖପୁରିଆପଦା ୯ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟୀ ହୋଇଥିଲା, ବିଜୟୀଦଳର ପପି ଜେନା ୪୮ରନ ଓ ଗୋଟିଏ ଉଇକେଟନେଇ ମ୍ୟାନ ଅଫ ଦିମ୍ୟାଚବିବେଚିତ ହୋଇଥିଲେ, ଉପ ବିବେଚିତା ଦଳର ପିଙ୍କୁନା ରାଉତ ମ୍ୟାନ ଅଫ ଦି ସିରିଜ ହୋଇଥିଲେ, ପ୍ରମୋଦ କୁମାର ସାହୁ ସୁରେସ କୁମାର ସାହୁ ଫାଇନାଲ ମ୍ୟାଚଟିକୁ ବୋହୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ, ଏଥିରେ ପୁରସ୍କାର ପ୍ରଦାନ କରିଥିଲେ। ବିଜୟୀ ଦଳଙ୍କୁ ପଂଚାୟତ ଉଚ୍ଚବିଦ୍ୟଳୟ ଛାଟୁଆପଟଣାର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନେମାର ସାହୁ, ଉପଜୟୀ ଦଳଙ୍କୁ  ଏଣ୍ଡଳବା ପଂଚାୟତର ସରପଞ୍ଚ ଶ୍ରୀଅନୁକୂଳି ସାମଲ, ମ୍ୟାନଅଫଦିମ୍ୟାଚ ସନ୍ଧାନ ନିଉଜ ପ୍ରତିନିଧି ଶ୍ରୀ ପ୍ରଶାନ୍ତ କୁମାର ସାମଲ, ମ୍ୟାନ ଅଫ ଦସିରିଜ ସମାଜ ସେବୀ ଶ୍ରୀ ଅନିରୁଦ୍ଧ ସାହୁ,ବେଷ୍ଟ ଅର୍ଗା ନାଇଜରଭାବେ ଧନେଶ୍ୱର ପ୍ରଧାନଙ୍କୁ କଲାଣ୍ଡ ଉ ଜି ଏମେ ଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଗଜୀବନ ପ୍ରଧାନ ପୁରସ୍କୃତ କରିଥିଲେ, ଡାଇମଣ୍ଡ କ୍ରିକେଟ କ୍ଳବର କୁନା ସାହୁ, ସୁଶାନ୍ତ ପ୍ରଧାନ, ଧନେଶ୍ୱର ପ୍ରଧାନ, ଚିକୁ ସାହୁ, ଅନୁପମ ପଣ୍ଡା, ପ୍ରଶାନ୍ତ ବାରିକ, ମାନସ ସାହୁ, ଜିତେନ୍ଦ୍ର ସାହୁ, ଦିଗାମ୍ବର ପ୍ରଧାନ, କାଳନ୍ଦୀ ସାହୁ, ବୁବୁନା ସାହୁ,ଜିତେନ କୁମାର ସାହୁ ,ପ୍ରଶାନ୍ତ ବେହେରା,ଆଲୋକ ସାହୁ, କମେଟିଙ୍ଗ କରିଥିଲେ ତରଣୀ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ଟୁର୍ଣ୍ଣାମେଣ୍ଟେ ପରିଚାଳନାରେ ସହଯୋଗ କରିଥିଲେ

Related Posts

About The Author

Add Comment