୧୦ ମିଟର ଏୟାର ପିସ୍ତଲ ପୁରୁଷ ଏବଂ ମହିଳା ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ

Spread the love

ନୂଆଦିଲ୍ଲୀ 21/03 (ସନ୍ଧାନ ନିଉଜ) ଦିଲ୍ଲୀରେ ଚାଲିଥିବା ଆଇଏସଏଫ ବିଶ୍ୱକପ୍‌ରେ ସୌରଭ ଚୌଧୁରୀ, ଅଭିଷେକ ବର୍ମା ଏବଂ ଶାହଜାର ରିଜଭି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ମନୁ ଭକର, ଯଶସ୍ୱିନୀ ସିଂ ଦେଶୱାଲ ଏବଂ ଶ୍ରୀ ନିଭଥା ପରମାନନ୍ଦମ୍ ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ଜିତିବାରେ ସାହାଯ୍ୟ କରିଛନ୍ତି।
ପୋଲାଣ୍ଡର ଜୁଲିଟା ବୋରେକ, ଜୋନା ଇୱୋନା ୱାୱାରଜୋନାସ୍କା ଏବଂ ଅଗ୍ନିଜ୍କା କୋରେଜୱୋଙ୍କଠାରୁ ଭାରତୀୟ ମହିଳା ଆଗରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛିଲେ।

ଭାରତୀୟ ଦଳ ମୋଟ ୫୭୬ ସ୍କୋର କରିଥିବାବେଳେ ପୋଲାଣ୍ଡ ମହିଳାମାନେ ୫୬୭ ସ୍କୋର କରିଥିଲେ।

ପୁରୁଷ ଫାଇନାଲରେ ଭିଏତନାମକୁ ଦିନ୍ ଥାନ୍ ନଗୁଏନ୍, କ୍ୱୋକ୍ କୁଙ୍ଗ୍ ଟ୍ରାନ୍ ଏବଂ ଜୁଆନ୍ ଚୁଏନ୍ ଫାନ୍ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ପୁରୁଷ ୧୭୫୦ ସଂଗ୍ରହ କରିଥିବାବେଳେ ଭିଏତନାମ ୧୭୦୮ ସ୍କୋର କରିଥିଲା।

ଏହାପୂର୍ବରୁ ପୁରୁଷ ଦଳ ଏୟାର ରାଇଫଲ ଇଭେଣ୍ଟରେ ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଦୀପକ କୁମାର ଏବଂ ପଙ୍କଜ କୁମାର ମିଳିତ ଭାବେ ରୌପ୍ୟ ପଦକ ଜିତିଥିଲେ।

ଅନ୍ତିମ ଏୟାର ରାଇଫଲ ଇଭେଣ୍ଟରେ ନିଶା କଂୱାର, ଶ୍ରୀୟଙ୍କା ଷଢ଼ଙ୍ଗୀ ଏବଂ ଅପୁର୍ଭି ଚାନ୍ଦେଲାଙ୍କ ଭାରତୀୟ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଛି।

Related Posts

About The Author

Add Comment