ବାରିପଦା, ୦୮.୦୧.୨୦୨୧( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପ୍ରାୟ ଦଶ ମାସର ବ୍ୟବଧାନ ପରେ ଶ୍ରେଣୀଗୃହକୁ ଫେରିବେ ଛାତ୍ରଛାତ୍ରୀ। କରୋନା ପାଇଁ ଦୀର୍ଘ ଦିନରୁ ବନ୍ଦ ଥିବା ପାଠପଢ଼ା ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବା କେବଳ ଦଶମ, ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ହାୟର ସେକେଣ୍ଡାରୀ ସ୍କୁଲ୍କୁ ଆସିବାକୁ ଅନୁମତି ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୫୯୨ ବିଦ୍ୟାଳୟର ପ୍ରାୟ ୩୨ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ରହିଛନ୍ତି । ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହିତ ଯେକୌଣସି ଆପତକାଳୀନ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଛି। ଶ୍ରେଣୀ ଗୃହର ଆୟତନ ଅନୁସାରେ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼ାଯିବା ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଶ୍ରେଣୀ କକ୍ଷ ସଫା ହୋଇ ସାନିଟାଇଜ୍ କରାଯାଇଛି। ବିଦ୍ୟାଳୟର ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କ ଥର୍ମାଲ୍ ସ୍କୁଟିଂ କରାଯିବାବ ସହିତ ହାତଧୁଆ ଯିବାର ବ୍ୟବସ୍ଥା ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ସୂଚନା ଦେଇଛନ୍ତି । ଥର୍ମାଲ୍ ସିରେ କିମ୍ବା ଅନ୍ୟ କୌଣସି ସମସ୍ୟା ଉପୁଜିଲେ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏ ନେଇ ଜିଲ୍ଲା ଓ ବ୍ଲକ୍ସ୍ତରରେ ସ୍ବତନ୍ତ୍ର ସ୍ମାତ୍ ଗଠନ କରାଯାଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଆସନ୍ତାକାଲିଠାରୁ ଆଜିଠୁ ୧୦ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ କୌଣସି ମାସ୍କ ପିନ୍ଧା ବା ଛୁଟି ଦିନ ରହିବନାହିଁ। ଜିଲ୍ଲାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିରେ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଜିଲ୍ଲାରେ ୫୧ଟି ହାୟର ସେକେଣ୍ଡାରୀ ସ୍କୁଲ୍ ରହିଛି ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଖୋଲିବା ପୂର୍ବରୁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସ୍ବତନ୍ତ୍ର ବୈଠକ କରାଯାଇଛି। ହ୍ରାନ୍ସ ଅପ୍ ଗୃପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବା ନେଇଁ ନିୟମାବଳୀ ବାବଦରେ ସୂଚନା ଦିଆଯାଇଛି। ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ଅଭିଭାବକମାନେ ମଧ୍ୟ ସ୍ବାଗତ କରିଛନ୍ତି। କୋଭିଚ୍ ଗାଇଡଲାଇନ୍ ମଧ୍ୟରେ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଆମେ ପ୍ରସ୍ତୁତ ବୋଲି ବାରିପଦା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ରତିକାନ୍ତ ଜେନା ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ବାରିପଦା ଏସି ହାୟର ସେକେଣ୍ଡାରୀ ସ୍କୁଲ୍ରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
୧୦ ମାସ ପରେ ଶ୍ରେଣୀକୁ ଆସିବେ ଛାତ୍ରଛାତ୍ରୀ
|
January 8, 2021 |