ଭଦ୍ରକ, ୦୬.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୧୦ ବଖରା ଘର ଓ ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଧାନ, ଚାଉଳ ବି ପାଉଁଶ ହୋଇଛି । ନିଆଁର ପ୍ରଖରତା ଏପରି ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ସ୍ୱାଇଁ, ବବିତା ସ୍ବାଇଁ ଓ ଅନୀଲ ସ୍ୱାଇଁଙ୍କ ଘର ପୋଡି ପାଉଁଶ ହୋଇଯାଇଛି । ମଧ୍ୟ ରାତିରେ ଖବର ପାଇ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲା ।
୧୦ ବଖରା ଘର ଓ ଆସବାବ ପତ୍ର ଜଳିପୋଡ଼ି ପାଉଁଶ
|
February 6, 2021 |
