୧୦୮ ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରକ : ୨ ମୃତ ୨ ଗୁରୁତର ଆହାତ

Spread the love
ଯାଜପୁର, ୨୨/୧୨ ( ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ କଟକ ଯାଉଥିବା ସମୟରେ ପାଣିକୋଇଲି ନିକଟ ବ୍ରଜ ନଗର ୧୬ ନଂ ଜାତୀୟ ରାଜପଥ ଠାରେ କଟକରୁ ଭଦ୍ରକ ଅଭିମୁଖ୍ୟ ଯାଉଥିବା ଦଶଚକିଆ ଟ୍ରକଟି ଭଦ୍ରକ ପଟରୁ ଆସୁଥିବା  ଆମ୍ବୁଲାନ୍ସ ଟିକୁ ସମୁଖରୁ ଧକା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କ ମୃତ ହୋଇଥିବା ବେଳେ ୧୦୮ଗାଡ଼ିରେ କାର୍ଯ୍ୟରତ ଥିବା ଡ୍ରାଇଭର,ଫାର୍ମଷ୍ଟିଟି ଗୁରୁତର ଏବଂ ଆଟେନାଣ୍ଡ ଆହତ ହୋଇଥିବାର ଜଣାପଡିଛି।ଏଥିରେ ମୃତୁବରଣ କରିଥିବା ଭଦ୍ରକ ଅଞ୍ଚଳର ମା ଓ ପୁଅ ବୋଲି ଜାଣିବାକୁ ମିଳୁ ଥିବା ବେଳେ ଗରୁତ୍ବର ମାନେ ହେଲେ ,  ସଞ୍ଜୟ ପାଡି ୧୦୮ ର ଡ୍ରାଇଭର , ରାଜା ନାୟକ ୧୦୮ ଫାର୍ମାସିଷ୍ଟ ଏବଂ ଆହତ ଜଗନ୍ନାଥ ଜେନା ।  ଏ ପର୍ଯ୍ୟନ୍ତ ମୃତକ ମାନଙ୍କର ସଠିକ  ପରିଚୟ ମିଳିପାରିନାହିଁ। ଗରୁତ୍ବର  ଦୁହିଁଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ  କଟକ ସ୍ଥାନାନ୍ତରିତ କରାଯାଇଛି ।

4 Attachments

Related Posts

About The Author

Add Comment