୧୦୦୦ ଟଙ୍କିଆ ଫେରିବା ବାଟ ବନ୍ଦ, ୧୯୯୯ରେ ଅଣାଯାଇଥିବା ଆଇନ ରଦ୍ଦ

Spread the love

ନୂଆଦିଲ୍ଲୀ ୫/୮ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ସେହିଦିନ ଠାରୁ ବଜାରରେ ଆଉ ‌୧୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନାହିଁ। ତେବେ ଏହି ନୋଟ୍ ନୂଆ ରୂପରେ ଫେରିବ ବୋଲି ଅନେକ ସମୟରେ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା। ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବା ଲାଗି ୧୯୯୯ରେ ଯେଉଁ ଆଇନ ଅଣାଯାଇଥିଲା ତାହାକୁ ରଦ୍ଦ କରାଯାଇଛି। ଏଥି ସହିତ ୧୦୦୦ ଟଙ୍କିଆ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଛି। ଗତ ସପ୍ତାହରେ ୫୮ଟି ପୁରୁଣା ଆଇନକୁ ରଦ୍ଦ କରାଯାଇଥିଲା। ‌ସେଥି ମଧ୍ୟରୁ ଗୋଟିଏ ହେଉଛି ୧୦୦୦ ଟଙ୍କିଆ ପ୍ରଚଳନ କରିବା ଲାଗି ଅଣାଯାଇଥିବା ହାଇ ଡିନୋମିନେସନ ବ୍ୟାଙ୍କ ନୋଟସ୍‌ (ଡିମନେଟାଇଜେସନ) ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ, ୧୯୯୮। ୧୯୯୮ରେ ସେହି ସମୟର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ। ଦେଶରେ ରହିଥିବା ବ୍ୟାଙ୍କ ନୋଟ୍‌ର ଅଭାବକୁ ଦୂର କରିବା ଏବଂ ଅନ୍ୟାନ୍ୟ ନୋଟ୍‌ଗୁଡ଼ିକ ଉପରେ ରହିଥିବା ଚାପ ହଟାଇବା ଲାଗି ହାଇ ଡିନୋମିନେସନ ବ୍ୟାଙ୍କ ନୋଟସ୍‌ (ଡିମନେଟାଇଜେସନ) ଆକ୍ଟ, ୧୯୭୮ର ଧାରା ୨ରେ ସଂଶୋଧନ କରାଯାଇଥିଲା। ନିୟମରେ ସେହି ସଂ‌ଶୋଧନ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବାର କ୍ଷମତା ପ୍ରଦାନ କରିଥିଲା।

Related Posts

About The Author

Add Comment