୧୦,୦୦୦ ରନ୍‌ କ୍ଲବ୍‌ରେ ଧୋନି

Spread the love

ସିଡ୍‌ନି, ୧୩/୧(ସନ୍ଧାନ ନ୍ୟୁଜ): ଭାରତୀୟ ଦଳର ୱିକେଟ୍‌ରକ୍ଷକ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅର୍ଧଶତକୀୟ ପାଳି ଖେଳିଥିବା ଧୋନି (୫୧ ରନ୍‌) ଏଥି ସହିତ ୧୦,୦୦୦ ରନ୍‌ କ୍ଲବ୍‌ରେ ପଞ୍ଚମ ଭାରତୀୟ ଭାବେ ଯୋଡ଼ି ହୋଇଯାଇଛନ୍ତି। ଗତବର୍ଷ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଶୃଙ୍ଖଳା ଅବସରରେ ଧୋନିଙ୍କ ମୋଟ ଦିନିକିଆ ଆନ୍ତର୍ଜାତିକ ରନ୍‌ ୧୦,୧୭୩ ହୋଇଥିଲା। ହେଲେ ୨୦୦୭ରେ ଆଫ୍ରିକା ଏକାଦଶ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ବ କରି ଧୋନି ସଂଗ୍ରହ କରିଥିବା ୧୭୪ ରନ୍‌କୁ ହିସାବରୁ କାଟି ଦିଆଯାଇଥିଲା। ଫଳରେ ୧୦,୦୦୦ ରନ୍‌ କ୍ଲବ୍‌ରୁ ମାତ୍ର ଗୋଟିଏ ରନ୍‌ ପଛରେ ରହିଯାଇଥିଲେ ଧୋନି। ଅବଶ୍ୟ ଏହାକୁ ଶନିବାର ପୂରା କରିଦେଇଛନ୍ତି। ଏବେ ତାଙ୍କର ମୋଟ ଦିନିକିଆ ଆନ୍ତର୍ଜାତିକ ସ୍କୋର୍‌ ୧୦,୦୫୦ ରନ୍‌ ହୋଇଛି। ଧୋନିଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଭାବେ ଏହି କ୍ଲବ୍‌ରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ୍‌ ଦ୍ରାବିଡ୍‌ ଓ ବିରାଟ କୋହଲି ସାମିଲ ହୋଇସାରିଛନ୍ତି। ମୋଟାମୋଟି ଭାବେ ଧୋନି ଦିନିକିଆ କ୍ରିକେଟ୍‌ ଇତିହାସରେ ୧୦,୦୦୦ରୁ ଅଧିକ ରନ୍‌ କରିବାରେ ଦ୍ବାଦଶ ଖେଳାଳି ହେଲେ।

 

Related Posts

About The Author

Add Comment