ବଡଚଣା, (ସନ୍ଧାନ ନିୟୁଜ/ବିମଲ ବେହେରାଙ୍କ ରିପୋର୍ଟ ) ବଡଚଣା ବ୍ଲକ ଶାଳାପଡା ଗ୍ରାମ ପଂଚାୟତର ପିଇଓ ବିନା ଲାଂଚରେ ଗରିବଙ୍କ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ଏପରିକି ସମସ୍ତ କାର୍ଯ୍ୟରୁ ବାବୁଙ୍କ ପକେଟ ଗରମ ନହେଲେ ମିଛରେ ଫାଇଲରେ ଏଣୁୁତେଣୁ ମିଛ ଲେଖି ବିଲ ବନ୍ଦ କରିବା ସହିତ ଏଥି ନିମନ୍ତେ ଟଙ୍କା ମାଗୁଛନ୍ତି । ଏପରିକି ଏହାକୁ ନେଇ ବିଡିଓଙ୍କୁ ଅଭିଯୋଗ ପରେ ମଧ୍ୟ ବିଡିଓ ଏହାର ସମାଧାନ କରିବା ପାଇଁ ହିତାଧିକାରୀଙ୍କ ବାରମ୍ବାର ବିଭିନ୍ନ କାଗଜପତ୍ର ଆଣି ଦେବା ପାଇଁ କହିବା ଏବଂ ସେ ସବୁ କାଗଜପତ୍ର ଦେବା ପରେ ମଧ୍ୟ ବିଲ ନକରିବାକୁ ନେଇ ବିଡିଓଙ୍କ କାର୍ଯ୍ୟକୁ ସନେ୍ଧହ ଚକ୍ଷୁରେ ଦେଖାଯାଉଛି । ଅଭିଯୋଗ ମୁତାବକ ଶାଳାପଡା ପଂଚାୟତର ବନ୍ଧାପଲ୍ଲୀ ଗ୍ରାମର ଗୁନା ଦେହୁୁରୀଙ୍କୁ ୨୦୧୮-୧୯ଆର୍ଥିକ ବର୍ଷରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଦିଆଯାଇଛି ଏପରକି ଗୁନା ଏହାକୁ ନିର୍ମାଣ କରି ୩ଟି କସ୍ତି ୧ଲକ୍ଷ ଟଙ୍କା ସହିତ ମନେରେଗାରୁ ୯୫ଦିନର ଶ୍ରମଦିବସ ମୂଲ୍ୟ ୧୭୨୯୦ଟଙ୍କା ନେଇ ସାରିଛି । ମାତ୍ର ଶେଷ କିସ୍ତି ପାଇଁ ପିଓଇ ଅଭିମନୁ୍ୟ ବେହେରାଙ୍କୁ ଦେବା ପାଇଁ ଅନୁରୋଧ କରିବାରୁ ବାବୁ ପ୍ରଥମେ ତାଙ୍କୁ ଏଥିପାଇଁ ୧୦ହଜାର ଟଙ୍କା ମାଗିଥିଲେ । ହେଲେ ଏତେ ପଇସା ସେ ଦେବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ । ଫଳରେ ଏଥିରେ ରାଗି ପିଓଇ ବାବୁ ଅଭିମନୁ୍ୟ ତାଙ୍କ ନାମରେ ପୂର୍ବରୁ ଏକ ଗୃହ ନେଇଥିବା ଦର୍ଶଇ ତାହା ବାବଦକୁ ୧୦ହାଜର ଟଙ୍କା ନେଇଥିବା କହି ଏକ ସେ ପ୍ରଦାନ କରିଥିବା ପଟ୍ଟାରେ ମିଛି ଦର୍ଶାଇ ତାଙ୍କୁ କିସ୍ତି ନଦେବାକୁ ମନା କରିଦେଲେ । କିନ୍ତୁ ପୂର୍ବରୁ ସେ କୌଣସି ଗୃହ ପାଇନଥିବା ବେଳେ ହୃଦାନନ୍ଦ ଦେହୁରୀ ପିତା- କାଳୁ ନାମରେ ଦିଆଯାଇଥିବା ଟଙ୍କାକୁ ସେ ନେଇଥିବା ଜୋର କରି ଦର୍ଶାଇ ଗୁନାଙ୍କୁ କିସ୍ତି ଅର୍ଥ ଦେଉନାହାନ୍ତି ପିଇଓ ବାବୁିଁ । ଏପରିକି ଏହାକୁ ନେଇ ବିଡିଓଙ୍କ ଅଭିଯୋଗ ପରେ ବିଡିଓ ହିତାଧିକାରୀଙ୍କୁ ସ୍ଥାନୀୟ ସରପଂଚଙ୍କ ଏକ ଲିଖିତ ଏବଂ ତହସିଲଦାରଙ୍କ ପାଖରୁ ଏକ ଆଫିଡେବିଟ୍ ଆଣି ଦେବା କହିଥିଲେ । ଏସବୁ ପାଇଁ ପୁଣି ଟଙ୍କା ଖର୍ଚ୍ଚ କରି ଦେବା ପରେ ମଧ୍ୟ ବିଡିଓ ଆଉ ଏହାକୁ ସମାଧାନ ନକରି ତାଙ୍କୁ କସ୍ତି ନଦେଇ ହଇରାଣ କରୁଥିବା ନେଇ ଗ୍ରାମର ଜଣେ ବୁଦ୍ଧିଜିବୀ ଅଭିଯୋଗ କରିବା ସହିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଗୁନାଙ୍କ ଭୋଟର କାର୍ଡ ୨୦୦୨ରୁ ଗୁନା ନାମରେ ରହିଛି ଏପରକି ଆଧାର କାର୍ଡରେ ମଧ୍ୟ ଗୁନା ପିତା ନକୁଳ ନାମରେ ରହିଛି । ତେବେ ସେ ହୃଦାନନ୍ଦ ଏବଂ ପିତା କାଳୁ ନାମରେ ୨୦୦୭-୦୮ ପରେ କିପରି ଗୃହ ନେଇଛନ୍ତି । ଏପରକି ବିନା ପରିଚୟରେ କିପରି ପୂର୍ବରୁ ଗୃହ ଦିଆଯାଇଥିଲା । ଆହୁରି ମଧ୍ୟ ଯଦି ପିଇଓ ଏହା ତାଙ୍କୁ ହିତାଧିକାରୀ ଚୟନ ସମୟରେ କିପରି ଜାଣିପାରିଲେ ନାହିଁ ଆଉ ୩ଟି କିସ୍ତି ଦେଇ ସାରିବା ପରେ ଶେଷ କିସ୍ତି ବେଳକୁ ଏସବୁ ଜାଣିଶୁଣି କରି ବିନା ପରିଚୟ ପତ୍ରରେ କେବଳ ଏକ ପଟ୍ଟାକୁ ଆଧାର କରି କହିବାର ମାନେ କଣ । ଅନ୍ୟ ପଟରେ ବଡଚଣାରେ ବହୁ ବଡବଡିଆ ଗୃହଥାଇବି ଆବାସଗୃହ ନେଇଥିବା ବେଳେ ଗରିବ ଲୋକଙ୍କୁ ହଇରାଣ କରାଯାଇ ଏଭଳି ବେଆଇନ୍ ଅର୍ଥ ଆଦାୟ କରାଯାଉଛି କଣ ପାଇଁ । ଯଦି ପିଇଓ ବାବୁ ଏବେ ଜାଣିଲେ ସେ ଗୃହ ପାଇଥିଲେ ତେବେ ପୂର୍ବରୁ କଣ ଗଞ୍ଜେଇ ଟାଣି ତାଙ୍କୁ ଗୃହ ଦେଇଥିଲେକି? ଅନ୍ୟପଟରେ ସେ ଗୃହ ପାଇଥିବା ନେଇ ତାଙ୍କୁ କୌଣସି ଲିଖିତ ନହୋଇ ମୋଖିକ ଭାବେ ବିନା ବିଡିଓ ଜାଣିବାରେ ଟଙ୍କା କିଭଳି ମାଗଯାଇଥିଲା ଏବଂ କଣ ପାଇଁ? ଏଭଳି ତାମମା ପ୍ରଶ୍ନକୁ ନେଇ ପିଇଓ ବାବୁଙ୍କ କାର୍ଯ୍ୟକୁ ସନେ୍ଧହ ଚକ୍ଷୁରେ ଦେଖାଯାଉଛି । ଏପରକି ଏଭଳିଭାବେ ସମସ୍ତ ହିତାଧିକାରୀଙ୍କୁ ହଇରାଣ କରୁଥିବା ନିର୍ବାଚିତ ପ୍ରତିନିଧି ବି ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି ଲାଂଚୁଆ ପିଇଓଙ୍କ ଉପରେ କି କାର୍ଯ୍ୟନୁଷ୍ଠାନ ନେଉଛି ତାାହା ଦେଖିବାକୁ ବାକି ରହିଲା । ନହେଲେ ଲୋକାଯୁକ୍ତ ପାଖରେ ମାମଲା ହେବ ବୋଲି ହିତାଧିକାରୀଙ୍କ ସମ୍ପର୍କିୟ ପ୍ରକାଶ କରିଛନ୍ତି ।
୧୦ହଜାର ଲାଂଚ ନଦେବାରୁ ମିଳିଲାନି ଆବାସଗୃହର ୪ର୍ଥ କିସ୍ତି: ବଡଚଣା ବ୍ଲକ ଶାଳପଡା ପିଇଓଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହେଲା ଅଭିଯୋଗ
|
December 2, 2020 |