୧୦ବର୍ଷରେ ଲୈଲା ୨୬ଟି ଆଇଇଡି ବିସ୍ଫୋରଣକୁ ରୋକି ବଞ୍ଚାଇଛି ଅନେକ ଯବାନଙ୍କ ଜୀବନ

Spread the love

ପୁଲଓ୍ଵାମା,୨୪/୨(ସନ୍ଧାନ ନିଉଜ) : ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଗତ ଫେବ୍ରୁଆରି ୧୪ ତାରିଖରେ ୪୪ ନମ୍ବର ଜାତୀୟ ରାଜପଥରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣ ହେତୁ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ସାରା ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ଏହି କ୍ରମରେ ଏକ କୁକୁର ଚର୍ଚ୍ଚାରେ ରହିଛି। ଯିଏକି ଆତଙ୍କବାଦୀଙ୍କ ବୋମାକୁ ଚିହ୍ନଟ କରିବା ସହିତ ଯବାନଙ୍କ ରାସ୍ତାକୁ ସୁରକ୍ଷିତ କରିଥାଏ।

ସିଆରପିଏଫ୍‌ର ଅଲଗା-ଅଲଗା ବାଟାଲିୟନରେ କାମ କରୁଥିବା ୮ବର୍ଷର ଲୈଲା ଅନେକ ସମୟରେ ଯବାନଙ୍କ ଜୀବନ ବଞ୍ଚାଇବା ସହିତ ମାଟି ତଳେ ଖଞ୍ଜା ହୋଇଥିବା ଆଇଇଡି ଖୋଜି ବଡ଼ ଧରଣର ବିସ୍ଫୋରଣରୁ ବଞ୍ଚାଇଛି। ସମ୍ପ୍ରତି ଲୈଲା ସିଆରପିଏଫ୍‌ ବଟାଲିୟନ୍‌ ୧୩୦ ସହିତ ଯୋଡ଼ି ହୋଇଛି। ୮ବର୍ଷର ଲାବ୍ରୋଡୋର ପ୍ରଜାତିର ଲୈଲା ସିଆରପିଏଫର ଅନେକ ବାଟାଲିୟନ୍‌କୁ ନିଜର ସେବା ଦେଇଥାଏ। ଏଥିରେ ବାଟାଲିୟନ ୧୧୦, ୧୩୦, ୯୦ ଓ ୧୪୫ ସାମିଲ ରହିଛି। ପୁଲଓ୍ଵାମା ଆକ୍ରମଣ ପୂର୍ବରୁ ଗତ ଏକ ଦଶନ୍ଧି ଧରି ମାଟି ତଳେ ଆତଙ୍କବାଦୀ ଦ୍ୱାରା ଖଞ୍ଜା ହୋଇ ଥିବା ୨୬ଟି ଆଇଇଡିକୁ ଖୋଜିବାରେ ସିଆରପିଏଫଙ୍କୁ ସାହାଯ୍ୟ କରିଛି।

Related Posts

About The Author

Add Comment