ଯାଜପୁର, ୨୦/୦୮/୨୦ (ସନ୍ଧାନ ନିଉଜ) : ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଳ୍ାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି । ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିବିଧ ପଦକ୍ଷେପ ନେଉଥିବା ପରିପ୍ରେକ୍ଷୀରେ ରାସାୟନିକ ସାର ସଠିକ ମୂଲ୍ୟରେ କୃଷକଙ୍କ ନିକଟରେ ଉପଲବ୍ଧ କରାଇବାକୁ ପ୍ରୟାସ କରିଚ୍ଥନ୍ତି । ତେବେ କେତେକ ସାର ବିକ୍ରୟ କେନ୍ଦ୍ରରୁ ମାତ୍ରାଧିକ ୟୁରିଆ ସାର କ୍ରୟ କରିଥିବା ୨୦ ଜଣ କୃଷକଙ୍କ ଆବଶ୍ୟକତା ଓ ଏହାର ଉପଯୋଗକୁ ତନଖି କରିବାକୁ ସରକାରଙ୍କ ନିଦେ୍ର୍ଦଶ ପରେ ଜିଲ୍ଳ୍ାପାଳ ଶ୍ରୀ ଦାସ ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଯଥାକ୍ରମେ ବଡଚଣା, ରସୁଲପୁର, ଦଶରଥପୁର ଏବଂ ଯାଜପୁର ରୋଡର ମୋଟ ୨୦ ଜଣ ଚାଷୀଙ୍କୁ ତନଖି ପାଇଁ ନିଦେ୍ର୍ଦଶ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ଏକ ଟିମ୍ର ନେତୃତ୍ୱ ନେଇ ଚ୍ଥତିଆ, ବାଲିଚନ୍ଦ୍ରପୁର, ହରିପୁର, ରାମବାଗ, ଅଣ୍ଢେଇଗୋଡା ଇତ୍ୟାଦି ସ୍ଥାନର ଚାଷୀ ମାନଙ୍କ ଦ୍ୱାରା କ୍ରୟ କରାଯାଇଥିବା ୟୁରିଆ ସାରର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମିଶ୍ର ଅନ୍ୟ ଏକ ଟିମ୍ର ନେତୃତ୍ୱ ନେଇ ଯାଜପୁର ରୋଡ ଚାଷୀ ମାନଙ୍କର ଅନୁଧ୍ୟାନ କରିଥିଲେ । ବାସ୍ତବରେ ଚାଷ ଜମି ପାଇଁ ଆବଶ୍ୟକୀୟ ୟୁରିଆ ସାର ଠାରୁ ଏହି ଚାଷୀମାନେ ଅଧିକ କ୍ରୟ କରିଥିବାରୁ ଏହା ମାଧ୍ୟମରେ କଳାବଜାରର ଆଶଙ୍କା ରହିଚ୍ଥି । ଏହି ଚାଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ଅତିରିକ୍ତ ଜିଲ୍ଳ୍ାପାଳ ସୁପାରିଶ କରିଚ୍ଥନ୍ତି । ଏହି ତନଖିରେ କୃଷି ଉପନିଦେ୍ର୍ଦଶକ ଶରତ କୁମାର ପୃଷ୍ଟି, ପ୍ଳାଣ୍ଟ ପ୍ରୋଟେକ୍ସନ ଅପିଂସର ଶ୍ରୀଧର ଦାସ, ଯାଜପୁର କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।
ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଳ୍ା ପ୍ରଶାସନର ତନଖି ।
|
August 20, 2020 |