ୟୁଟୁବ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

Spread the love
ସୁନ୍ଦରଗଡ଼, ୦୪/୦୭/୨୦ (ସନ୍ଧାନ ନିଉଜ) : ସଂପ୍ରତି ବିଶ୍ବ ମହାମାରୀ ପାଲଟିଥିବା କୋଭିଡ-୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି।ଏଭଳି ପରିସ୍ଥିତି ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ବାଧାପ୍ରାପ୍ତ ନହୁଏ ସେନେଇ ଶ୍ରେଣୀ ଅନୁଯାୟୀ ୱଟସ୍ଅଫ ଗ୍ରୁପ ଗଠନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ରେ ଶିକ୍ଷାଦାନ ଜାରୀ ରହିଛି।ମାତ୍ର ବିଭିନ୍ନ ସ୍ଥାନର ଭୌଗଳିକ ସ୍ଥିତି ଅନୁସାରେ ମୋବାଇଲ ନେଟୱର୍କ ଏଥିରେ ବାଧା ସୃଷ୍ଟି କରୁଛି।ଅନେକ ସ୍ଥାନରେ ମୋବାଇଲ ନେଟୱର୍କ ପହଞ୍ଚି ପାରୁନଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଏହି ଅନଲାଇନ ଶିକ୍ଷାଦାନ ରୁ ବଂଚିତ ରହିବାକୁ ପଡୁଛି ।ବିଶେଷ କରି ହେମଗିର ଓ ଲେଫ୍ରିପଡା ବ୍ଳକ ପରି ପାହାଡ ପର୍ବତ ଘେରା ଉପାନ୍ତ ଅଂଚଳରେ ଛାତ୍ରଛାତ୍ରୀ ମାନେ ଏହି ସୁବିଧା ଅପହଂଚ ହୋଇପଡିଛି।ଏଭଳି ପରିସ୍ଥିତି ରେ ସମସ୍ତ ଙ୍କ ପାଖରେ ଶିକ୍ଷା ପହଞ୍ଚି ପାରିବ ସେନେଇ ହେମଗିର ଓ ଲେଫ୍ରିପଡା ବ୍ଳକ ଶିକ୍ଷା ଦାୟିତ୍ୱ ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ ଛାତ୍ରଛାତ୍ରୀ ଙ୍କ ନିରନ୍ତର ଶିକ୍ଷାଦାନ ପାଇଁ ୟୁଟୁବ ମାଧ୍ୟମରେ ଶିକ୍ଷାଦାନ ର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।ଯାହା ଉଭୟ ଅନ ଲାଇନ ଏବଂ ଅଫ ଲାଇନରେ ଉପଲବ୍ଧ କରାଯାଇଛି।ଆଜି ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଏହି ୟୁଟୁବ ଚେନଲ “ମୋ ଶିକ୍ଷା ସାଥି “(ମୋ ଶିକ୍ଷକ ମୋ ପାଖରେ) କୁ ଲୋକାର୍ପଣ କରିଛନ୍ତି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ପ୍ରଚେଷ୍ଟା ଆରମ୍ଭ ଏହି ୟୁଟୁବ ଚେନଲ ଦ୍ବାରା ଉଭୟ ହେମଗିର ଓ ଲେଫ୍ରିପଡା ବ୍ଳକ ର ମୋଟ ୩୮୭ ଟି ସରକାରୀ ଓ ଘରୋଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ।ଏଥିରୁ ହେମଗିର ରେ ୧୩୦ ଟି ଏବଂ ଲେଫ୍ରିପଡା ରେ ୧୪୩ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମିଲ ରହିଛି।ବର୍ତ୍ତମାନ ସୁଦ୍ଧା ଏହି ଚେନଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ୨୬୭ ଟି ବିଷୟବସ୍ତୁ ଉପରେ ଭିଡିଓ ଅପଲୋଡ଼ ହୋଇସାରିଛି।ଆଗାମୀ ଦିନରେ ଆହୁରି ବିଷୟରେ ଅନେକ ଭିଡିଓ ଗୁଡିକ ଅପଲୋଡ଼ ର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ନେଇ ବିଇଓ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି।ତାଛଡା ଦୁର୍ଗମ ଅପହଂଚ ଅଂଚଳରେ ଥିବା ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ତାଙ୍କ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଭିଡିଓ ନେଇ ପାରିବେ।ଏନେଇ ଅଭିଭାବକ ମହଲରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।କୋଭିଡ-୧୯ ଯୋଗୁଁ ବାଧାପ୍ରାପ୍ତ ଶିକ୍ଷା କ୍ଷେତ୍ରରେ ଏଭଳି ନିରନ୍ତର ଶିକ୍ଷାଦାନ ବ୍ୟବସ୍ଥା ପଦ୍ଧତି ଗ୍ରହଣ କରିଥିବା ବିଇଓ ଶ୍ରୀ ସାହୁ ଙ୍କ ଏହି ପ୍ରୟାସ କୁ ସବୁ ମହଲରେ ବେଶ ପ୍ରଂଶସା କରାଯାଇଛି।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ବିଷୟ ର ଭିଡିଓ ପ୍ରସ୍ତୁତ କରି ଏହି ୟୁଟୁବ ଚେନଲ ରେ ଉପଲବ୍ଧ କରାଇବା ନେଇ ନିଜର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ସେଥିପାଇଁ ବିଇଓ ଶ୍ରୀ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ ନିଜର ଧନ୍ୟବାଦ ଞାପନ କରିଛନ୍ତି।

Related Posts

About The Author

Add Comment