ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ତିନୋଟି ପରିବାରର ୫ବଖରା ଘର

Spread the love
ଭଦ୍ରକ,୧୧/୮ (ସନ୍ଧାନ ନିୟୁଜ):  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବାଲିମେଦ ପଂଚାୟତର ପୁରୁଷୋତମପୁର ଗ୍ରାମର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବା ବେଳେ ସମସ୍ତ ଘର ପୋଡି ପାଉଁଶ ହୋଇଯାଇଥିଲା। ଘରର ସମସ୍ତ ଆସବାବପତ୍ର ସହିତ ସମସ୍ତ ସରକାରୀ କାଗଜପତ୍ର ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ବସୁଦେବପୁର ଦମକଳବାହିନୀ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଂଚି ମଧ୍ୟ ନିଅଁ।କୁ ଆୟତ କରିଥିଲା । ଘର ମଧ୍ୟରେ ଥିବା ବିଦ୍ୟୁତ୍ ବୋର୍ଡରୁ ସର୍ଟ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ହୋଇଥିବା ବିପନ୍ନ ପରିବାର କହିଛନ୍ତି । ସ୍ଥାନୀୟ ଆରଆଇ ଘଟଣାର ତଦନ୍ତ କରି ଯାଇଥିବା ବେଳେ ମଧ୍ୟ କୌଣସି ସରକାରୀ ସାହାଯ୍ୟ ତାଙ୍କୁ ମିଳିପାରିନଥିବା ବିପନ୍ନ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment