ଚଣ୍ଡିଖୋଲ, (ସନ୍ଧାନ ନିଉଜ/ରିପୋର୍ଟ- ସନ୍ତୋଷ ରାଉତ ) ପରିବାର ହେଲା ଛାତ୍ରଛାତ୍ରୀଙ୍କର ପ୍ରଥମ ବିଦ୍ୟାଳୟ ଓ ପିତା ମାତା ହେଲେ ପିଲାର ପ୍ରଥମ ଶିକ୍ଷକ । ପିଲାମାନେ ମାଙ୍କ ଠାରୁ ସଂସ୍କାର ଓ ପିତାଙ୍କ ଠାରୁ ଧର୍ଯ୍ୟଶୀଳତା ଶିକ୍ଷାଲାଭ କରନ୍ତି । ପିଲାମାନଙ୍କ ଭିତରେ ଥିବା ଅନ୍ତନିହିତ ଗୁଣାବଳୀକୁ ପ୍ରଥମେ ପିତାମାତା ବାହାର କରି ତାଙ୍କୁ ସୁନାଗରୀକ କରି ଗଢି ତୋଳିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାନ୍ତି । ଯେଉଁ ଦେଶର ଛାତ୍ରଛାତ୍ର ଯେତେ ସମୃଦ୍ଧ ସେ ଦେଶ ସେତେ ପ୍ରଗତିଶୀଳ । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଚଣ୍ଡିଖୋଲ ସ୍ଥିତ ଡ଼ିୟୁ ପବ୍ଲିକ୍ ସ୍କୁଲ ଠାରେ ଡ଼ିୟୁ ଲିଡ଼୍ ପକ୍ଷରୁ ଏକ ଅଭିଭାବକ ଓ ଅଭିଭାବିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ୨୦୨୦ ଜାତୀୟ ଶିକ୍ଷାନୀତି ସିଲାବସ ଅନୁଯାୟୀ ପାରମ୍ପାରିକ ଶିକ୍ଷା ଗ୍ରହଣ କରିବା ସହିତ ଡ଼ିଜିଟାଲ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ ପୁସ୍ତକ ବୋଝ କମାଇବା ପାଇଁ ଏବଂ ଶିକ୍ଷା ଗ୍ରହଣକୁ ସହଜ, ସରଳ ଓ ବୋଧଗମ୍ୟ କରି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ମନରେ ଥିବା ଡ଼ାଉଟ୍କୁ କ୍ଲିଅର କରିବା ପାଇଁ ମାଷ୍ଟର କ୍ଲାସ ସହିତ ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷା ପ୍ରଦାନ କରିଥାନ୍ତି । କୋଭିଡ୍ ମହାମାରୀ ସମୟରେ ଦୀର୍ଘ ୨ବର୍ଷ ଧରି ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷାଦାନ ବାଧାପ୍ରାସ୍ତ ହୋଇଥିଲା । ଏହି ଶିକ୍ଷାଦାନକୁ ଭରଣ କରିବା ପାଇଁ ଡ଼ିଜିଟାଲ ଶିକ୍ଷା ତଥା ଭିଡ଼ଓ, ଅଡ଼ିଓ ଓ ଆପ୍ ଡ଼ାଉନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ କରାଯାଇଥିଲା । ଯାହା ପିଲାମାନଙ୍କୁ ଶିକ୍ଷକ ପ୍ରତେକ୍ଷ ଶିକ୍ଷାଦାନରୁ ବଂଚିତ ହେଉଥିଲେ । ବିଭିନ୍ନ ସ୍ଥାନରେ ଯୋଗା ଯୋଗର ବ୍ୟବସ୍ଥା ନଥିବାରୁ ପିଲାମାନେ ଅନ୍ ଲାଇନ୍ ଶିକ୍ଷାରୁ ବଂଚିତ ହେଉଥିଲେ । ଏସବୁକୁ ଦୁର କରି ପିଲାମାନଙ୍କୁ ଶ୍ରେଣୀ ଗୃହ ମଧ୍ୟରେ ଉନ୍ନତମାନର ଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରାଯାଇ ସେମାନଙ୍କୁ ମେଧାବୀ ଛାତ୍ରଛାତ୍ରୀ ଭାବରେ ଗଢି ତୋଳିହେବ । ଏହି ପରିପ୍ରେକ୍ଷୀରେ ଇଂରାଜୀ, ବିଜ୍ଞାନ, ଗଣିତ ଆଦି ପାଠ୍ୟ କ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ପାଠ୍ୟ କ୍ରମ ପ୍ରତେକ ମାସର ପ୍ରଥମ ରବିବାର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଏଥି ପାଇଁ ଅଭିଭାବକମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ । ଏହା ସମ୍ପୁକ୍ତ ବିଦ୍ୟାଳୟ ଏହାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବ । ଏଥିରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ପ୍ରସିଦ୍ଧ କ୍ରୀଡ଼ାବିତ୍, ଅଭିନେତା, ଅଭିନେତ୍ରୀ ଓ ଚର୍ଚ୍ଚିତ ବ୍ୟକ୍ତିତ୍ୱମାନେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ସହିତ ପ୍ରତେକ୍ଷ ସମ୍ପର୍କରେ ଆସିବେ । ଏବଂ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି, ପାଠ୍ୟ ପୁସ୍ତକ, କମ୍ପ୍ୟୁଟର, ପାଠ୍ୟପୁସ୍ତକ ସାମଗ୍ରୀ ଓ ସାଟିଫିକେଟ୍ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ କେତୋଟି ନିଦ୍ଧିଷ୍ଟ ବିଦ୍ୟାଳୟରେ ଆୟୋଜନ କରାଯାଇଛି । ଯାଜପୁର ଜିଲାରେ ଅବସ୍ଥିତ ଚଣ୍ଡିଖୋଲ ସ୍ଥିତ ଡ଼ିୟୁ ପବ୍ଲିକ୍ ସ୍କୁଲକୁ ବଛାଯାଇ ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଛ । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖାଦେଇଛି । ଏହି ଶିବିରକୁ ପ୍ରଶିକ୍ଷକ ଭାବେ ବିଶ୍ୱଜିତ୍ ମହାପାତ୍ର ଉପସ୍ଥିତ ଅଭିଭାବକ/ଅଭିଭାବିକାମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ । ଏହି ଶିବିରକୁ ଡ଼ିୟୁ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଜାତା ମହାପାତ୍ର, ନିର୍ଦ୍ଦେଶକ ଡ଼ଃ ବିଶ୍ୱଜିତ୍ ମହାପାତ୍ର, ଅଶୋକ କୁମାର ପତି, ବିଶ୍ୱ ପ୍ରକାଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
ଡ଼ିୟୁ ଲିଡ଼୍ ପକ୍ଷରୁ ଅଭିଭାବକ ପ୍ରଶିକ୍ଷଣ ଶିବିର
|
February 8, 2022 |
