ହୋଲି ପୂର୍ବରୁ ଦେଶରେ ସବୁ ଟ୍ରେନ ଚଲାଇବାକୁ ପ୍ରସ୍ତୁତି

Spread the love

ବାରିପଦା, 11.02.2021 (ସନ୍ଧାନ ନିଉଜ୍) :-  କରୋନା ଭାଇରସ ଲକଡାଉନ୍‌ ପାଇଁ ଦେଶରେ ରେଳ ସଞ୍ଚାଳ ବନ୍ଦ କରିଥିବା ଭାରତୀୟ ରେଳ ପୂଣି ପୂର୍ବସ୍ଥିତିକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ରେଳାଇ ବୋର୍ଡଙ୍କୁ ସମସ୍ତ ରେଳ ମଣ୍ଡଳଙ୍କୁ ପ୍ରସ୍ତାବ ପଠାଇ ଦେଶରେ କରୋନାକାଳ ପୂର୍ବରୁ ଚଳାଚଳ କରୁଥିବା ପ୍ରାୟ ସମସ୍ତ ଟ୍ରେନ୍‌କୁ ଚଳାଇବା ନିମନ୍ତେ ଅନୁମତି ମାଗିଛନ୍ତି। ରେଳବାଇଙ୍କ ଏହି ପଦକ୍ଷେପରୁ ସମ୍ଭବତଃ ଏଇମାସ ଶେଷ ଅଥବା ମାର୍ଚ୍ଚମାସ ଆରମ୍ଭ ଯାହାବି ହେଲେ ହୋଲି ପୂର୍ବରୁ ଦେଶରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ପୂର୍ବ ସମୟସାରଣୀରେ ଚଳାଯାଇପାରେ। ଦେଶରେ ପୁଣି ସ୍ୱଭାବିକ ରେଳ ଚଳାଚଳ ଆରମ୍ଭ ହେଲେ ପୂର୍ବ ରେଳ ଭଡ଼ାରେ ହିଁ ଯାତ୍ରୀମାନେ ଯାତାୟାତ କରିପାରିବେ। ଭଡ଼ାରେ କୌଣସି ପରିବର୍ତ୍ତନ ହେବ ନାହିଁ।  ରୋଳବାଇ ସ୍ତରରେ ଚାଲିଥିବା ପ୍ରସ୍ତୁତିରୁ ପୂର୍ବ ଭଳି ସବୁ ଟ୍ରେନ୍‌ ଧାରଣାକୁ ଆସିଯିବେ ବୋଲି ଅନୁମାନ କରାଯାଉଛି। ତେବେ ଏହା ପୂର୍ବରୁ ରେଳବାଇ ଲଗେଜ୍‌ ଓ ଫୁଡିଂ ଆଦିର ବ୍ୟବସ୍ଥା ଆରମ୍ଭ କରିସାରିଲେଣି। ଏଣୁ ଏବେ କେବଳ ରେଳବାଇ ବୋର୍ଡଙ୍କ ଆଦେଶକୁ ଅପେକ୍ଷା କରାଯାଇଛି। ଏଥର ନେପାଳକୁ ସିଧା ରେଳ ସେବା ପାଇବେ ଯାତ୍ରୀ ରେଳଚଳାଚଳ ସ୍ୱଭାବିକ ହେବା ସହ ଯାତ୍ରୀଙ୍କ ଲାଗି ଅନେକ ନୂଆ ସୁଯୋଗ ମଧ୍ୟ ପ୍ରତୀକ୍ଷାରେ ରହିଛି। ଲକଡାଉନ୍‌ କାଳରେ ପୂର୍ବ-ମଧ୍ୟ ରେଳବାଇ ପାଟନା-ସୀତାମଢୀ-ଜନକପୁର ପର୍ଯ୍ୟନ୍ତ ରେଳଲାଇନ୍‌ ନିର୍ମାଣ କାର୍ଯ୍ୟ ପ୍ରୟାତଃ ସମ୍ପୂର୍ଣ୍ଣ ହୋଇସାରିଥିବା ରେଲୱେ ମହାପ୍ରବନ୍ଧକ ଲଲିତ ଚନ୍ଦ୍ର ତ୍ରିବେଦୀ କହିଛନ୍ତି। ଏଣୁ ରେଳ ଚଳାଚଳ ଆରମ୍ଭ ହେଲେ ପାଟନା-ନେପାଳ ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇପାରେ ବୋଲି ତ୍ରିବେଦୀ କହିଛନ୍ତି।

Related Posts

About The Author

Add Comment