ବୈପାରିଗୁଡା ୨୧ /୩ (ସନ୍ଧାନ ନିଉଜ) – ଆସନ୍ତା କାଲି ରଙ୍ଗର ପର୍ଵ ହୋଲି ।ଏଥିପାଇଁ ବୈପାରିଗୁଡା ବଜାରରେ ବିକ୍ରି ହେଲାଣି ବିଭିନ୍ନ ରଙ୍ଗର ଅବିର ।ବୈପାରିଗୁଡା ସହରରେ ବିଭିନ୍ନ ରଙ୍ଗର ଅବିର ସାଙ୍ଗକୁ ପିଚକାରୀ, ଟୋପି,ଚଷମା, ମୁଖା ଇତ୍ୟାଦି ରେ ଭରପୁର ବୈପାରିଗୁଡା ବଜାର ।ଚଳଚଞ୍ଚଳ ହୋଇ ଉଠିଛି ବୈପାରିଗୁଡା ସହର ।ବୈପାରିଗୁଡା ବଜାର ରେ ବିଭିନ୍ନ ପ୍ରକାର ରଙ୍ଗ ମିଳୁଥିବା ଦେଖିବାକୁ ମିଳିଛି ।ତେବେ ପୂର୍ବରୁ ଅଧିକ ମାତ୍ରାରେ କୃତ୍ରିମ ରାସାୟନିକ ରଙ୍ଗର ବ୍ୟବହାର ହେଉଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ସ୍ୟାସ୍ଥ୍ୟ ଗତ ସମସ୍ୟା କୁ ଦୃଷ୍ଟିରେ ରଖି କେବଳ ଅବିର ଏବଂ ପ୍ରାକୃତିକ ରଙ୍ଗର ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି ।ଏହି ପର୍ଵ ସମସ୍ତ ଙ୍କ ଜୀବନରେ ଖୁସିର ରଙ୍ଗ ଭରିଦେଉ ।
ରିପୋର୍ଟ – ସରୋଜ କୁମାର ଲେଙ୍କା



