ହୋଲି ଜେସସ୍ ସ୍କୁଲର ବାର୍ଷିକ ଉସôବ ଅନୁଷ୍ଠିତ

Spread the love

ଚଣ୍ଡିଖୋଲ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳସ୍ଥିତ ହୋଲି ଜେସସ୍ ଇଂରାଜୀ ବିଦ୍ୟାଳୟର ୨୮ତମ ବାର୍ଷିକ ଉସôବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହାକୁ ଉଦଘାଟକ ଭାବେ ଓଡିଶା ଉଚ୍ଚ ନ୍ୟାୟଳୟର ପୂର୍ବତନ ବିଚାରପତି ତଥା ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଆବଶ୍ୟକ ବୋଲି ମତଦେଇଥିଲେ । ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା , ଜୟଦେବ ବିଧାସଭା କ୍ଷେତ୍ରର ପୂର୍ବତନ ବିଧାୟକ ରାଘବ ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଦେୟ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କାମିନୀ ନାୟକ ସ୍ୱାଗତ ଭାଷଣ ଏବଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଉମକାନ୍ତ ବଳ ବଳ ଏବଂ ଶିଶୁ କଳାକାର ସାଇ ସୌରୁପ ମିଶ୍ରଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ବିଭିନ୍ନ କ୍ରୀଡାରେ ସଫଳ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ । ଶେଷରେ ଲକ୍ଷ୍ମଧର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment