ହୋଲି ଅବସରରେ ରମ୍ଭାଦେବୀ ସେବାସମିତି ଟ୍ରଷ୍ଟର ସଫେଇ କାର୍ଯ୍ୟକ୍ରମ

Spread the love

ନେଉଳପୁର, ୨୦/୦୩ (ସନ୍ଧାନ ନିଉଜ) ପବିତ୍ର ହୋଲି ଉତ୍ସବ ଅବସରରେ ରମ୍ଭାଦେବୀ ସେବାସମିତି ଟ୍ରଷ୍ଟର ସଭ୍ୟ ତଥା ସ୍ଥାନୀୟ ଜନସାଧରଣଙ୍କୁ ନେଇ ଦୀର୍ଘଦିନ ଧରି ଅବହେଳିତ ଓ ଅପରିସ୍କାର ଅବସ୍ଥାରେ ପଡି ରହିଥିବା ଅଳିଆ ଓ ଆବର୍ଜନା ପୂର୍ଣ୍ଣ ସେବା ସମିତି ପରିସରକୁ ସଫା କରାଯାଇଥିଲା । ଉକ୍ତ ସଫେଇ କାର୍ଯ୍ୟକ୍ରମରେ ରମ୍ଭାଦେବୀ ସେବାସମିତି ଟ୍ରଷ୍ଟର ସଭ୍ୟମାନଙ୍କ ସହିତ ହରିଦାସପୁର, କଦଳା, କୋଶଳିଆ, କଂଚିଆ ଓ ବାଲିଗରି ଗ୍ରାମର ଶତାଧିକ ଆଗ୍ରହୀ ବ୍ୟକ୍ତି ଉତ୍ସାହର ସହିତ ଏକଦା ସୁଖ୍ୟାତି ଅର୍ଜର୍ନ କରିଥିବା ସାମଜିକ ଅନୁଷ୍ଠାନ ସେବା ସମିତିର ପୂର୍ବ ଏøତିହ୍ୟ ଓ ମହାନ ଗୌରବକୁ ମନେ ପକାଇ ଏକତ୍ରିତ ହୋଇ ଏହି ସଫେଇ କାର୍ଯ୍ୟ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ସହଯୋଗ ଓ ସେବା କରିବାର ମନୋଭାବ ବେଶ ପରିଲକ୍ଷିତ ହୋଇଥିଲା । ସଫଇ କାର୍ଯ୍ୟକ୍ରମ ପରେ ଏକ ଆଲୋଚନାଚକ୍ର ସଭାପତି ସୁଶାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସଭାପତି ସିତାନାଥ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ସିତାନାଥ ସାହୁ, ସମ୍ପାଦକ ମଦନ ମୋହନ ସାମଲ, ସଭ୍ୟ ଯୁଧିଷ୍ଟିର ପରିଡା, ଯୁବ ସାମ୍ବାଦିକ ମାନସ ରାଉତ,ବିପିନ କର, ପ୍ରଶାନ୍ତ ନାୟକ, ସେକ ଅବଦୁଲ୍ଲ ଜାହାଙ୍ଗୀର, ସୁରେନ୍ଦ୍ର ରାଉତ, ମହେନ୍ଦ୍ର ସେଠୀ, ଶୀତ ବେହୁରା, ପ୍ରମୁଖ ଯୋଗଦେଇ ସେବା ସମିତି ମେଡିକାଲର ଉନ୍ନତି ଏବଂ ସେବା ସମିତିର ହୃତ ଗୌରବ ଫେରାଇ ଆଣିବା ପାଇଁ ଆବଶ୍ୟକେୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରକାଶ ରାଉତ, ଭରତ ନାୟକ, ଅର୍ଜନୁ ପରିଡା,ବେଣୁଧର ସେଠୀ, ସୁଧାକର ସ୍ୱାଇଁ,ସଚିଦାନନ୍ଦ ସାମଲ, ବୈକୁଷ୍ଣ ପରିଡା, ମନୋରଂଜନ ପାତ୍ର, ଚନ୍ଦ୍ରମଣି ନାୟକ, ସଙ୍ଗମ ବେହୁରା, ସିର୍ଦ୍ଧାଥ ସାମଲ, ବାବୁ ଷଣ୍ଢ, ଇଶ୍ୱର ମଳିକ, ସୁବ୍ରତ ରାଉତ ସମେତ ଶତାଧିକ ବ୍ୟକ୍ତି ଉକ୍ତକାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଏହାକୁ ସଭ୍ୟ ଅଭିମନ୍ୟୁ ସେଠୀ ପରିଚାଳନା କରିବା ସହିତ ସେବା ସମିତିର ଉନ୍ନତି ପାଇଁ ଅଗାମୀ ଦିନରେ ସାହାର୍ଯ୍ୟ ସହଯୋଗ କରିବା ନିମନ୍ତେ ନିବେଦନ କରିବା ସହିତ ଧନ୍ୟବାଦ ଦେଇଥିଲେ । REPORT-MANAS ROUT

Related Posts

About The Author

Add Comment