କଟକ, ୧୨.୦୧.୨୦୨୧(ସନ୍ଧାନ ନିଉଜ୍):- କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗର ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଜିଏସଟି ଟିମ୍ ଚଢାଉ କରିଛି । ସେଠାରେ ଥିବା ଏକ ବଡ ହୋଲସେଲ୍ ଗୋଦାମ ଜିଏସଟି ଫାଙ୍କି ଥିବାର ଖବର ପାଇ ଜିଏସଟିର ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଟିମର ଅଧିକାରୀମାନେ ସେଠାରେ ପହଞ୍ଚି ଗୋଦାମର ଜିନିଷକୁ ତନଖି କରିବା ସହ ନଥିପତ୍ରକୁ ଯାଞ୍ଚ କରିଛନ୍ତି । ସେହି ଗୋଦାମରେ ସିଗାରେଟ୍, ଗୁଟଖା, ଜର୍ଦ୍ଦା, ସର୍ଫ ସହ ୪ରୁ ୫ଟି ଖାଦ୍ୟ ସମାଗ୍ରୀର ମାଲ ମହଜୁଦ ରହିଛି । ସେହି ଗୋଦାମରେ ଥିବା ମାଲ ଏବଂ ଜିଏସଟି କାଗଜପତ୍ରକୁ ଯାଞ୍ଚ କରି କେତେ ଟଙ୍କାର କେଳେଙ୍କାରୀ ହୋଇଛି ତାହାର ଖୋଳତାଡ ଜାରି ରଖିଛି । ଅପର୍ଣ୍ଣାନଗରର ଏହି ଗୋଦାମରେ ବିନା ବିଲରେ ଜିନିଷ କାରବାର ତଥା ଜିଏସଟି ଫାଙ୍କି କରି କାରବାର କରାଯାଉଥିବାର ଅଭିଯୋଗ ଜିଏସଟି ଟିମ୍ ପାଖରେ ପହଞ୍ଚିଥିଲା । ତେବେ ଆସିଥିବା ସମସ୍ତ ଅଭିଯୋଗର ଖୋଳତାଡ ଶେଷ ହେବା ପରେ ଜିଏସଟି ଟିମ୍ ଏହି ଜିଏସିଟି ଠକେଇ ବାବଦରେ ସୂଚନା ଦେବ ବୋଲି ସ୍ପଷ୍ଟ କରିଛି ଜିଏସଟି ଟିମ୍ ।
ହୋଲସେଲ୍ ଗୋଦାମରେ ଚଢ଼ାଉ
|
January 12, 2021 |