ହୋଲସେଲରଙ୍କ ଭୁଲ୍ ; ଫସିଲେ ଖାଉଟି

Spread the love

ବାଲେଶ୍ଵର,୨୦/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କାର୍ଡ ନ ଥିବା ଲୋକେ ବାହାରୁ କିରୋସିନ କିଣିବେ, ହେଲେ ସରକାରୀ କିରୋସିନ କିଣିଲେ ନାହିଁ । ହଜାର ହଜାର ଲିଟର ହୋଲସେଲର ନ ଉଠାଇବାକୁ ନିପୋରେ ପଡ଼ିରହିଛି । କାର୍ଡ ନ ଥିବା ଲୋକେ କିରୋସିନି କିଣୁ ନ ଥିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ଭଳି ଏକ ଅବିଶ୍ବସନୀୟ କାରଣ ଦର୍ଶାଉଛନ୍ତି ହୋଲସେଲର । ଲକଡାଉନ୍ ସମୟରେ କିରୋସିନି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ କାହିଁକି ଚାହିଦା ରହିଲାଣି ତାଙ୍କୁ ନେଇ ପ୍ରଶ୍ନବାଳୀ ସୃଷ୍ଟି ହୋଇଛି । ହଜାର ହଜାର ଲିଟର କିରୋସିନି ପଡ଼ି ରହିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଜିଲ୍ଲା ଯୋଗାଣ ବିଭାଗ । ଲକଡାଉନ୍ ସମୟରେ ବିଭିନ୍ନ ଅଞ୍ଚଳରେ ଲୋକେ ୬୦/୭୦ ଟଙ୍କା ଦେଇ କିରୋସିନି କିଣୁଥିବାର ଅଭିଯୋଗ ବାରମ୍ବାର ହୋଇଛି । ତେବେ ଏ ଶସ୍ତା କିରୋସିନି କାହିଁକି କିଣିଲେନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କିରୋସିନି ବିକ୍ରି କରିବା ପାଇଁ ଆଗଭର ନ ହେବା ପଛରେ କାରଣ କ’ଣ ତାହା ସନ୍ଦେହର ପକାଇଛି । ଲକଡାଉନ୍ ସମୟରେ କାର୍ଡ ନ ଥିବା ଲୋକଙ୍କୁ ପରିବାର ପିଛା ଲିଟର ପ୍ରତି ୩୭ ଟଙ୍କା ହିସାବରେ ଦୁଇ ଲିଟର ଲେଖାଏଁ କିରୋସିନି ଦେବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ବାଲେଶ୍ଵର ଜିଲ୍ଲାକୁ ଅଧିକ କିରୋସିନି ଆସିଥିଲା । ସୂଚନା ଅନୁସାରେ,ଗତ ଏପ୍ରିଲ ୨୩ ରେ ଚିଠି ନଂ ୭୨୬୪ ଅନୁସାରେ ଜିଲ୍ଲାକୁ ୧୮୦ ହଜାର କିଲୋ ଲିଟର କିରୋସିନି ବଣ୍ଟା ହେବାକୁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାରୁ ୬୬ ଲକ୍ଷ ୬୦ ହଜାର ଟଙ୍କାର କିରୋସିନି ବଣ୍ଟା ଯାଇଥାନ୍ତା । ଏଥିରେ ସଦର ବ୍ଲକ ପାଇଁ ୧୦,୩୭୦.୦୪୬୨ କି.ଲି (କିଲୋଲିଟର) , ରେମୁଣା ବ୍ଲକ ପାଇଁ ୧୪,୨୫୩.୬୨୭୬କି.ଲି ,ସୋର ମୁନିସିପାଲଟି ପାଇଁ ୪,୧୧୬.୨୭୧୬ କି.ଲି, ସୋର ବ୍ଲକ ପାଇଁ ୮,୭୫୭.୪୫୯୦ କି.ଲି,ଔପଦା ବ୍ଲକ ପାଇଁ ୫,୮୨୦.୮୬୨୬ କି.ଲି ନୀଳଗିରି ଏନ୍ଏସି ପାଇଁ ୨୭୩୬.୩୬୪୬ କି.ଲି ନୀଳଗିରି ବ୍ଲକ ପାଇଁ ୯.୫୦୦.୬୧୪୬ କି.ଲି ,ଖଇରା ବ୍ଲକ ପାଇଁ ୧୧,୨୨୮.୬୫୫୦ କି.ଲି, ଜଳେଶ୍ଵର ମୁନିସିପାଲଟି ପାଇଁ ୪,୨୪୭.୯୪୯୦ , ଜଳେଶ୍ଵର ବ୍ଲକ ପାଇଁ ୧୪,୪୫୦.୨୪୧୮ କି.ଲି, ବାହାନଡା ବ୍ଲକ ପାଇଁ ୧୦,୪୯୮.୧୧୬୦ କି.ଲି , ସିମୁଳିଆ ବ୍ଲକ ପାଇଁ ୬,୨୭୭.୨୨୪୦କି.ଲି, ଭୋଗରାଇ ବ୍ଲକ ପାଇଁ ୧୮,୯୭୦.୫୬୪୬ କି.ଲି ବସ୍ତା ବ୍ଲକ ପାଇଁ ୧୩,୩୫୭.୧୩୯୦ କି.ଲି ବାଲିଆପାଳ ବ୍ଲକ ପାଇଁ ୧୩,୩୫୫.୩୩୫୨ କି.ଲି ବାଲେଶ୍ଵର ମୁନିସିପାଲଟି ପାଇଁ ୩୨,୦୫୯.୫୩୯୨ କି.ଲି ବାଣ୍ଟିବାକୁ ନିର୍ଦ୍ଦେଶ ରହିଥିଲା । ଜିଲ୍ଲାରେ ଥିବା ୬ ଜଣ ହୋଲସେଲର ସୋମନାଥ ପୁର ତୈଳ ଡିପୋରୁ ଏହି କିରୋସିନି ଉଠେଇଥାନ୍ତା । ଜିଲ୍ଲାରେ ଥିବା ୧୧ ଶହରୁ ଅଧିକ ଥିବା ଡିଲରଙ୍କୁ ଏହି କିରୋସିନି ଦିଆଯାଇ ହିତାଧିକାରୀଙ୍କୁ ବଣ୍ଟା ଯାଇଥାନ୍ତା । ଏଥିପାଇଁ ଗୋଟିଏ ମାସ (ଜୁନ୍) ହୋଲସେଲରଙ୍କୁ ତେଲ ଉଠାଇବାକୁ ସମୟ ଦିଆଯାଇଥିଲା । ବିଚମ୍ବନା  ହୋଲସେଲରମାନେ କିରୋସିନି ଉଠାଣ ପାଇଁ ଆଗ୍ରହ ଦେଖାଇନାହାନ୍ତି । ବାଲିଆପାଳ,ସୋର, ରେମୁଣା, ନୀଳଗିରି, ବ୍ଲକରେ କିରୋସିନି ଅଦୈ ବଣ୍ଟା ହୋଇନାହିଁ । ଲୋକେ କିଣୁନାହାନ୍ତି କହି ବହୁ ଡିଲର କିରୋସିନି ଗଚ୍ଛିତ କରି ରଖିଛନ୍ତି । ବହୁ ଡିଲର ଏହାକୁ ବାହାରେ ବଢା ଦରରେ ବିକ୍ରି କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ମାସେ ,ସମୟ ଭିତରେ ହୋଲସେଲର କାହିଁକି କିରୋସିନି ଉଠାଇଲେ ନାହିଁ । ଯଦି ହୋଲସେଲର କିରୋସିନି ଉଠେଇଲେନି ତାହେଲେ ଏ ବାବଦରେ ଆଜିଯାଏଁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କାହିଁକି? ଜଣେ ହୋଲସେଲର କହିଛନ୍ତି କିଛି ତେଲ ଉଠେଇଥିଲି । ବାକି ତେଲ ଉଠେଇ ପାରିଲିନି । ଶେଷ ତାରିଖ ପଳେଇଛି । ସେପଟେ ଜଣେ ଡିଲର କହିଛନ୍ତି ,’ ମୋଟ କୋଟା ବେକ ହଜାରେ ଲିଟର କିରୋସିନି ରହିଥିଲା । କିନ୍ତୁ ମୁଁ ୫୦ ଲିଟର କିରୋସିନି ଆଣିଥିଲି । ହେଲେ ଲୋକେ କେହି ନ ନେବାରୁ ବିକ୍ରି ନହୋଇ ପଡିଛି । ତେବେ ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ସେଠୀ କହିଛନ୍ତି, ଘଟଣା ସମ୍ପର୍କରେ ଜାଣି ଚିଠି କରାଯାଇଛି । ତେଲ କାହିଁକି ଉଠେଇଲେ ନାହିଁ କାରଣ ଦର୍ଶାଅ ନୋଟିସ୍ ହୋଇଛି । ଯାହାର ଭୁଲ୍ ଥିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Related Posts

About The Author

Add Comment