ହୋଟେଲ ବନ୍ଦ କୋଠାରୀରୁ ରିଜର୍ଭ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Spread the love
ଚଣ୍ଡିଖୋଲ, ୨୫/୧୦ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ବଜାର ମଧ୍ୟରେ ଥିବା ମିଡ୍ ଇଷ୍ଟ୍ ହୋଟେଲର ୧୧୧ ନମ୍ବର ରୁମର ବନ୍ଦ କୋଠରୀ ମଧ୍ୟରୁ ଗତକାଲି ବିଳମ୍ବିତ ରାତିରେ ବଡ଼ଚଣା ପୋଲିସ୍ ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ପରିଚାଳକଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ! ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବେଳେ ବେଡସିଟକୁ ନିଜ ବେକରେ ବାନ୍ଧି ପଙ୍ଖାରେ ଝୁଲି ସେ ନିଜେ ହିଁ ଆତ୍ମହତ୍ଯା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ! ପାରିବାରିକ କଳହ ହିଁ ଆତ୍ମହତ୍ୟାର କାରଣ ବୋଲି ଶୁଣିବାକୁ ମିଳୁଛି ! ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ସ୍ଵର୍ଗତ ଆଦିକନ୍ଦ ସାମଲଙ୍କ ପୁଅ ଆଶିଷ ରଞ୍ଜନ ସାମଲ (୫୨ବର୍ଷ) ! ସେ ଭୁବନେଶ୍ବରସ୍ଥିତ ରିଜର୍ଭ ବ୍ୟାଙ୍କରେ ପରିଚାଳକ ଥିବା ବେଳେ ପ୍ରାୟ ୬ମାସ ତଳେ ତାଙ୍କର ଗୌହାଟୀକୁ ବଦଳି ହୋଇଥିଲା ! ନିଜ ପତ୍ନୀ ଓ ଏକମାତ୍ର ପୁତ୍ର ଭୁବନେଶ୍ବରରେ ରହୁଥିବା ବେଳେ ତାଙ୍କର ବିଧବା ମା’ ଯାଜପୁର ଟାଉନରେ ଥିବା ତାଙ୍କ ପୈତୃକ ଘରେ ରୁହନ୍ତି ! ଗତକାଲି ପୁର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେ ଯାଜପୁର ଘରୁ ଆସି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ହୋଟେଲରେ ରହଣି କରିଥିଲେ ! ମାତ୍ର ତାଙ୍କ ପରିବାର ପକ୍ଷରୁ କୁଆଡ଼େ ତାଙ୍କ ଗାଏବ୍ ହୋଇଯିବା ନେଇ ଯାଜପୁର ଏସପି ଜଣାଇବା ପରେ ଫୋନ୍ ଟ୍ରାକିଂ କରି ଚଣ୍ଡିଖୋଲରେ ତାଙ୍କର ଅବସ୍ଥିତି ଠାବ କରିଥିଲା ! ଏସପିଙ୍କ ନିର୍ଦ୍ଦେଶରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଅନ୍ୟ କର୍ମଚାରୀମାନଙ୍କ ସହ ମିଡ୍ ଇଷ୍ଟ୍ ହୋଟେଲର ଅତିଥି ରେଜିଷ୍ଟର ଯାଞ୍ଚ କରିବାରେ ସେ ଏଠାରେ ରହୁଥିବା ସ୍ପଷ୍ଟ ହୋଇ ଯାଇଥିଲା ! ପୋଲିସ୍ ଭିତର ପଟୁ ବନ୍ଦ ଥିବା ରୁମର କବାଟକୁ ଖୋଲିବା ପରେ ଆଶିଷଙ୍କ ମୃତ ଦେହ ଏକ ବେଡସିଟ୍ ଦ୍ୱାରା ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା !

Related Posts

About The Author

Add Comment