ବାଙ୍ଗିରିପୋଷି, 15.12.2020 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ୧୦ ମାସ ହେଲା ସ୍କୁଲ, କଲେଜ ବନ୍ଦ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଏବେ ଅନ୍ଲାଇନ୍ରେ ଚାଲିଛି । ପାଠପଢା ବନ୍ଦ ନ କରିବା ପାଇଁ ଏବେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି । ବାଙ୍ଗିରିପୋଷି ବ୍ଲକ ଭଳି ପଛୁଆ ବ୍ଳକରେ ନେଟୱାର୍କ ସୁବିଧା ନ ଥିବାବେଳେ ଆଣ୍ଡ୍ରୋଏଡ୍ ହ୍ୟାଣ୍ଡସେଟ୍ ମୋବାଇଲ ଫୋନ କିଣିବା ଲାଗି ସମସ୍ତ ଅଭିଭାବକଙ୍କ ପାଖରେଅର୍ଥ ନାହିଁ । ଯେଉଁମାନଙ୍କର ବି ମୋବାଇଲ ଅଛି, ନେଟ୍ୱାର୍କ ସମସ୍ୟା ପାଇଁ ଠିକ୍ଠାକ୍ ପାଠ ପଢ଼ି ପାରୁ ନାହାଁନ୍ତି । ଏ କେତେଦିନ ହେବ ନେଟ୍ୱାର୍କ ନେଇ ଅଧୁକ ସମସ୍ୟା ଦେଖାଦେଉଥିବାରୁ ପିଲା କିପରି ଅନ୍ଲାଇନ୍ ପାଠ ପଢ଼ିବେ ସେ ନେଇ ଚିନ୍ତାରେ ଅଛନ୍ତି । ଗତ କିଛି ମାସ ମଧ୍ୟରେ ଅଧା ପାଠ୍ୟକ୍ରମ ଶେଷ କରିଛନ୍ତି ଶିକ୍ଷକ ହେଲେ ସବୁ ଅଞ୍ଚଳରେ ଠିକ୍ ନେଟ୍ର୍କ ଆସୁନଥିବାରୁ ପିଲା କେତେ ପାଠ ପଢ଼ିଛନ୍ତି ତାହା ଶିକ୍ଷକଙ୍କୁ ଜଣାନାହିଁ । ବାଙ୍ଗିରିପୋଷି ଭଳି ପଛୁଆ ବ୍ଳକର ୫୦ ପ୍ରତିଶତ ଜାଗାରେ ମୋବାଇଲ ଟାୱାରଅନ୍ଲାଇ ନାହିଁ କି ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେସ୍ମାର୍ଟଫୋନ ମଧ୍ୟ ନାହିଁ ଯେଉଁଠି ଗୋଟିଏ ସ୍ମାର୍ଟଫୋନରେ ଏକାଧୁକ ପିଲା ପାଠ ପଢୁଛନ୍ତି । ସେଠାରେ କିପରି ପାଠ ପଢ଼ାଯାଉଛି ତାହା ସହଜେ ଅନୁମେୟ ଗରିବ ପିଲାଙ୍କ ପାଖରେ ମୋବାଲ ଫୋନ ନଥିବାରୁ ସେମାନେ ପାଠ ଛାଡି ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରୁଛନ୍ତି । ଆଉ କିଛି ପିଲା ଜମିରେ ବାପା ମାଙ୍କ ସହ କାମ କରୁଛନ୍ତି । ଏପରି ସ୍ଥଳେ ଗରୀବ ଆଦିବାସୀ ଛାତ୍ର-ଛାତ୍ରୀ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡିକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଶେଷ କରି ଯୋଗାଯୋଗ ହୋଇପାରୁ ନଥିବାରୁଷ୍ଟାଇପେଣ୍ଡ ପାଇଁ ପିଲାମାନଙ୍କର ଆବଶ୍ୟକୀୟଡକୁମେଣ୍ଟ ମିଳିପାରୁ ନାହିଁ । ଫଳରେ ଶିକ୍ଷକଙ୍କ ମଧ୍ୟରେ ଭାଳେଣି ପଡିଛି । ବିଭାଗ ତରଫରୁ ନବମ ଏବଂ ଦଶମ ଶ୍ରେଣୀ ଆଦିବାସୀ-ହରିଜନ ପିଲାଙ୍କ ପାଇଁ ଆସନ୍ତା ୧୫ ତାରିଖ ପାଇଁ ଫର୍ମ ଦାଖଲର ଶେଷ ସମୟସୀମା ହୋଇଥିବାବେଳେ ସେମାନଙ୍କର ଆଧାର , ବ୍ୟାଙ୍କ ପାସବୁକ, ଜାତିଗତ ଏବଂ ଆୟ ପ୍ରମାଣ ପତ୍ର ସହ ନିଜ ନିଜ ଅଭିବାବକଙ୍କର ଆଧାରମ୍ବରର ଆବଶ୍ୟକତା ରହିଛି । ଶିକ୍ଷକ ମାନେ ସ୍ବାସପ୍ ଗୁପ୍ ଜରିଆରେ ଅଭିଭାବକଙ୍କୁ ଆବଶ୍ୟକୀୟ ଡକୁମେଣ୍ଟ ପାଇଁବାରମ୍ବାର ଅନୁରୋଧ କରିଛନ୍ତି । ସେଥିମଧ୍ୟରୁ କିଛିଆସି ନିଜର ଡକ୍ୟୁମେଣ୍ଟ ଦେଇଛନ୍ତି । ନେଟାର୍କ ଅଭାବରୁ କେତେଜଣଙ୍କୁ ମଧ୍ୟ ଯୋଗାଯୋଗ କରାଯାଇପାରୁନାହିଁ ।ଏନେଇ ବାଙ୍ଗିରିପୋଷି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମହାନ୍ତ ଜୁହନ୍ତି, ନେଟ୍ୱାର୍କ ସମସ୍ୟା ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଯୋଗାଯୋଗ କରିବା ସମ୍ଭବପର ହୋଇପାରୁନି । ଏପରିକି ନେର୍କ ସମସ୍ୟା ଯୋଗୁ ଷ୍ଟାଇପେଣ୍ଡପାଇଁ ସମୟସୀମା ସରିବାକୁ ବସିଥିବାବେଳେ ବହୁ ଛାତ୍ର-ଛାତ୍ରୀ ସେମାନଙ୍କ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ପାରିନଥିବାରୁ ଷ୍ଟାଇପେଣ୍ଡରୁ ବଞ୍ଚିତ ରହି ବା ପରି ସମସ୍ୟା ଉପୁଜୁଛି । ଫଳରେ ଏହାର ସମୟସୀମା ବୃଦ୍ଧି କରାଇବାସହ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । ନଚେତ୍ ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ମୋବାଇଲ ରେ ପାଠପଢ଼ା ଯେପରି ଭେଳିକି ସାଜିଛି ହୁଏତ ଆଦିବାସୀ ଛାତ୍ର-ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ମଧ୍ୟ ଅପହଞ୍ଚ ହୋଇ ରହିଯିବ ।
ହୋଇପାରୁନି ଅନଲାଇନ୍ ପାଠପଢା
|
December 15, 2020 |