ହେ ବିଶ୍ବ ବିଧାତା

Spread the love

ଲିଙ୍ଗରାଜ ପଣ୍ଡା,

ହେ ବିଶ୍ବବିଧାତା         କି ପାଇଁ ପ୍ରେରିଛି
ହେଳୁଅଛି ମନେ ମୁହିଁ
କେଜାଣି କି ପାଇଁ        ଅତି ଆପଣାର
ତୁମେ ଲାଗ ମୋ ପାଇଁ ।୧।

ପାରୁନି ପ୍ରଭୁହେ        ଚିହ୍ନି ମୁଁ ନିଜକୁ
ଝୁଣ୍ଟି ଚାଲିଛି କେବଳ
ଅନୁଭବି ପାରେ         ଏଭଳି ସମୟ
ତୁମେ ହିଁ ତ ମୋ ନିଜର ।୨।

ସ୍ମରଣ କରିଣ         କୃପା କଟାକ୍ଷକ,
ପ୍ଲାବିତ ହୁଏ ମୋ ଚକ୍ଷୁ
ମମତା ଓ ସ୍ନେହ        ଢାଳୁଅଛି ତୁମେ
ମୁଁ ତୁମ କୃପାର ଭିୟୁ ।୩।

ସଦା ସାଥେ ସାଥେ      ଅନୁମିତ ହୁଏ
ତୁମ ଦିବ୍ୟ ଉପସ୍ଥିତି ।
ଜାଣି ପାରୁ ନାହିଁ      କିଭଳି ପୂଜିବି
ପ୍ରଭୁ ତୁମ ପଦ ନିତି ।୪।

ଭଲ ମଣିଷର        ଗୁଣ ଭରିଦିଆ
ହୃଦୟେ ମାନସେ ମୋର
ତୁମ ଶ୍ରୀ ହସ୍ତରେ      ଆୟୁଧ ସାଜିବି
ଏତିକି ମିନତି ମୋର I୫I

Related Posts

About The Author

Add Comment