ହେନ୍ତାଳ ବଣ ସୃଷ୍ଟି କରାଯିବା ନେଇ ସଚେତନତା ଶିବିର ଅନୁଷ୍ଠିତ

Spread the love

ଭଦ୍ରକ, ୧୨/୧୨ (ସନ୍ଧାନ ନିଉଜ) : ଧାମରା ନିକଟସ୍ଥ ଜୟଦୁର୍ଗାପାଟଣା ଠାରେ ୭୦ ଏକର ଜମି ରେ ହେନ୍ତାଳ ବଣ ସୃଷ୍ଟି କରାଯିବା ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଭଦ୍ରକ ଡିଏଫଓ (ବନ୍ୟପ୍ରାଣୀ) ପୂର୍ଣିମା ପାଣ୍ଡିଆନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହେନ୍ତାଳ ବଣ ସୃଷ୍ଟି କରାଗଲେ ଏହାଦ୍ୱାରା ଜୀବଜଗତର ଜୀବନ୍ୟାସ ହେବା ସହ ଏହି ହେନ୍ତାଳ ବଣ ସମସ୍ତ ବୃକ୍ଷରାଜି ଠାରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସକୁ ଅମ୍ଳଜାନରେ ପରିଣତ କରିବାକୁ ସହାୟ ହୋଇଥାଏ ବୋଲି ମତ ରଖିଥିଲେ ।୧୯୯୯ ରେ ହୋଇଥିବା ମହାବାତ୍ୟାରେ ଧାମରା ଅଂଚଳରେ ଏହି ହେନ୍ତାଳ ବଣ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା କଥା ମଧ୍ୟ ଉଦାହରଣ ଦେଇଥିଲେ । ଚାନ୍ଦବାଲି ରେଞ ଅଧିନସ୍ଥ ଧାମରା ଠାରେ ଆଗାମୀ ଦିନରେ ଏହି ନୂତନ ହେନ୍ତାଳ ବଣ ସୃଷ୍ଟି କରାଯିବ ଏବଂ ଏହା ଭଦ୍ରକ ଠାରେ ଥିବା କୃଷ୍‌ି ବିଞାନ କେନ୍ଦ୍ରର ସହାୟତାରେ ବୈଞାନିକ ପଦ୍ଧତିରେ ସୃଷ୍ଟି ଏବଂ ପରିଚାଳନା କରାଯିବ । ଆଜି ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଭଦ୍ରକ କୃଷି ବିଞାନ କେନ୍ଦ୍ରର ଡ.ଅରବିନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ବୈଞାନିକ ଗୟାଧର ସିଅଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହେନ୍ତାଳ ବଣର ଉପକାରିତା ଏବଂ ଜୈବ ବିବିଦ୍ଧତା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ କୃଷି ବିଞାନ କେନ୍ଦ୍ରର ପରିଚାଳକ ତଥା ବୈଞାନିକ ମଂଟୁ ଚୈାଧୁରୀ ଯୋଗ ଦେଇ ବୃଷ ତଥା ଲୁଣା ଅଂଚଳରେ ଗଛ ମାନଙ୍କର ଉପକାରିତା ଉପରେ ଆଲୋକପାତ କରିଥିଲେ । ଆଜିର ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ମା ଧାମରାଇ ମତ୍ସ୍ୟଜିବୀ ସଂଘର ପୂର୍ବତନ ସଂପାଦକ ପ୍ରଫୁଲ ଜେନା ,ଅଭିମନ୍ୟୁ ରାଉତ, ଚାନ୍ଦବାଲି ରେଞର ସୁବାଶ ନାୟକ ,ଧାମରା ବନପାଳ ଗଦାଧର ବିଶ୍ୱାଳ, ଲକ୍ଷ୍ମୀଧର ବାରିକ, ବନରକ୍ଷୀ ସୁଶୀଲ ସିଂ, ମଙ୍ଗଳ ହେମ୍ବ୍ରମ,ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘର ବଳରାମ ମାଝୀ, ଅଶୋକ ଗିରି,ତପନ ପରିଡା, ମାଧାଇ ଦାସ, ସୁରେନ୍ଦ୍ର ମାଝୀ, ସୁକୁମାର ମାଇତି, ବସନ୍ତ ମାଝୀ, ସୁର ମାଝୀ , ବିମାନ ଗିରି ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଧାମରା ବନପାଳ ଗଦାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment