ଯାଜପୁର ସଦର, ୧୬ା୦୧(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତର ନୂତନ କରି ତିଆରି କରାଯାଇଥିବା ହୃଷିକେଶ ପଶୁ ସହାୟକ କେନ୍ଦ୍ରର ଉଦ୍ଘାଟନ ଉତ୍ସବ ଅବସରରେ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦାନ କରି ପଶୁ ସହାୟକ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ବଡ଼ବାଲିକୁଦା ପଞ୍ଚାୟତର ବରିଷ୍ଠ ସାମ୍ବାଦିକ ସରପଞ୍ଚ ଗଗନ ଜେନାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ସମ୍ମାନୀୟ ଅତିଥି ଯାଜପୁର ସି.ଡି.ପି.ଓ ଶରତ କୁମାର ସାହୁ ଯୋଗଦେଇଥିଲେ । ହୃସିକେଶ ପଶୁ ସହାୟକ କେନ୍ଦ୍ରର ଡାକ୍ତର ଯୋଗଦେଇଥିବା ବେଳେ, ବଡ଼ବାଲିକୁଦା ଠାକୁର ଅନୁକୁଳ ଚନ୍ଦ୍ରଙ୍କ ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଟିତ କରାଯାଇଥିଲା । ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନହିତକର କାର୍ଯ୍ୟକୁ ଲୋକମାନଙ୍କ ନିକଟରେ ପହଁଞ୍ଚôାଇବା ପାଇଁ ଶ୍ରୀଯୁକ୍ତ ଶତପଥି ତାଙ୍କ ବକ୍ତବ୍ୟରେ କହିଥିଲେ । ବହୁ ବିଜେଡ଼ି କର୍ମୀ ଉଦ୍ଘାଟନ ଉତ୍ସବରେ ଯୋଗଦେଇଥିବା ବେଳେ, ଏହି ସାଧାରଣ ସଭାରେ ଶ୍ରୀଯୁକ୍ତ ଶତପଥି ଯୋଗଦାନ କରି କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ହୃଷିକେଶ ପଶୁ ସହାୟକ କେନ୍ଦ୍ର ଉଦ୍ଘାଟନ
|
January 16, 2020 |



