ଯାଜପୁର, ୧୧/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ସାହପଡ଼ା ଗ୍ରାମର ଜଣେ ଆଦର୍ଶ ଶିକ୍ଷକ ସରକାରୀ ଚାକିରୀ କରିଥିବା ବେଳେ, ଦିଲ୍ଲିପ୍ ସାହୁଙ୍କର ହୃଦ୍ଘାତ ହେବାରୁ ଗଜେନ୍ଦ୍ରପୁର ବଡ଼ଚଣା ନିର୍ବଚନୀ ମଣ୍ଡଳୀ ଗଜେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ, ଶ୍ରୀ ସାହୁଙ୍କର ମୃତୁ୍ୟ ଘଟିଥିଲା । ସାହୁଙ୍କର ମରଶରୀର ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜଗ୍ରାମ ବନ୍ଧଡିହ ସାହାପଡ଼ାକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ସାହାପଡ଼ା ଗ୍ରାମ ସ୍ଥବ୍ଧ ହୋଇଯାଇଥିଲା । ଶ୍ରୀ ସାହୁ ଶିକ୍ଷକତା ଜୀବନ ଆରମ୍ଭ କରି ଗଜେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଚାକିରୀ କରିଥିଲେ । ତାଙ୍କ ମରଶରୀର ସାହାପଡ଼ାରେ ପହଁଞ୍ଚôବା ପରେ ଶୋକାକୁଳ ପରିବେଶରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କ ନିଜ ବାସଭବନରେ ପହଁଞ୍ଚô ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ସାହୁଙ୍କର ମୃତୁ୍ୟ ଖବର ଶୁଣି ବରୀ ନିର୍ବଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ତାଙ୍କ ବାସଭବନରେ ପହଁଞ୍ଚô ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ବନ୍ଧଡିହ ପଞ୍ଚାୟତ ସରପଞ୍ଚ ଅମଲତା ଜେନା ଶ୍ରୀ ସାହୁଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିଥିଲେ । ସମିତି ସଭ୍ୟ ଶ୍ୟାମସୁନ୍ଦର ବେହେରା ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଥିଲେ । ତାଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶବ ଶସ୍କାର କରାଯାଇଥିଲା । ତାଙ୍କ ଆତ୍ମାର ସଦ୍ଗତୀ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଧାୟୀକା ସୁନନ୍ଦା ଦାସ, ବରୀ ବିଜୁ ଜନତା ଦଳର ଯୁବ ନେତା ଦେବେନ୍ଦ୍ର ଦାସ, ବ୍ରହ୍ମବରଦା ସରପଞ୍ଚ ବିଜୟ ଦାସ, ମହେଶ୍ୱରପୁର ପୂର୍ବତନ ସରପଞ୍ଚ ଅକ୍ତରଅଲ୍ଲୀ ଖାଁ, ବାଲିବିଲି ସରପଞ୍ଚ ସନ୍ତୋଷ ସାମଲ, ବିଜେଡ଼ି ସଭାପତି ବରୀ କେଦାରନାଥ ସାମଲ, ବରୀ ବିଜେଡ଼ି ସଭ୍ୟ ଅଶୋକ ସାମଲ, ବନ୍ଧଡିହ ପଞ୍ଚୟତର ବିଜେଡ଼ି ସଭାପତି ଚିତରଞ୍ଜନ ମହାନ୍ତୀ, ସରୋଜ ସେଠୀ ଯୋଗଦାନ କରି ତାଙ୍କ ପରିବାରକୁ ଶାନ୍ତୋନା ଦେଇଥିଲେ । ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।
ହୃଦ୍ଘାତରେ ଶିକ୍ଷକଙ୍କ ପରଲୋକ ଶିକ୍ଷକ ମହଲରେ ଶୋକ
|
March 11, 2020 |