ଶ୍ରୀନଗର, ୨୬/୦୩ (ସନ୍ଧାନ ନିୟୁଜ): ଭାରତରେ ପୁଣିଥରେ କରୋନା ଭାଇରସ ଜଣଙ୍କ ମୁଣ୍ଡ ନେଇଛି। ଆଜି ସକାଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜମ୍ମୁ-କଶ୍ମୀରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ସେ ଶ୍ରୀନଗରରେ ଥିବା ଚେଷ୍ଟ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
କଶ୍ମୀରରେ କରୋନାରେ କାହାର ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା। କଶ୍ମୀର ଗ୍ଲୋରୀ ନାମକ ଆଞ୍ଚଳିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମୁଧମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।