ହୃଦଘାତରେ ଗ୍ରାମରକ୍ଷୀ ମୃତ

Spread the love

ଯାଜପୁର,୨୭/୩ (ସନ୍ଧାନ ନିୟୁଜ ) ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତର ବାଉଁଶଅଂଟା ଗ୍ରାମର ଗ୍ରାମରକ୍ଷୀ କୈଳାସ ମଲିକ(୫୪)ଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ମୃତ ହୋଯାଇଛି । ମୃତ ଗ୍ରାମରକ୍ଷୀଙ୍କ ମୃତୁ୍ୟକୁ ନେଇ କୁଆଖିଆ ଥାନା ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ଘଟଣାରୁ ପ୍ରକାଶ ଗ୍ରାମରକ୍ଷୀ ଜଣକ ଘରେ ବସିଥିବା ସମୟରେ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିିବାର ଲୋକେ ତାଙ୍କୁ ଚିକିତ୍ସା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଗ୍ରାମରକ୍ଷୀ ମଲିକ ଜଣେ ଅମାୟିକ ଭଦ୍ର ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

 

Report- J Rout

Related Posts

About The Author

Add Comment