ସମ୍ବଲପୁର ୧୮/୧୨/୨୫ (ସନ୍ଧାନ ନ୍ୟୁଜ ) : ହୀରାକୁଦ ମାଷ୍ଟରପ୍ଳାନ ଅନ୍ତର୍ଗତ ପର୍ଯ୍ୟଟନ ଶିଳ୍ପକୁ ସରକାର ପୋସ।।ହନ ଦେଉଥିଲାବେଳେ ସଚେତନ ବର୍ଗ କେତେକ ଚିନ୍ତା ପ୍ରକଟ କଲେଣି । ବିଶେଷକରି ହୀରାକୁଦ ଓ ଏଥିସଂଲଗ୍ନ ଅଂଚଳରେ ତାରକା ହୋଟେଲ ସମୂହଙ୍କୁ ବ୍ୟବସାୟ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ଆମନଣ କରିବା ନେଇ ସେମାନେ ଭିନ୍ନ ମତ ପୋଷଣ କରୁଛନ୍ତି । ଏହା ହୀରାକୁଦର ପାରିପାଶ୍ୱିର୍କ ପ୍ରାକୃତିକ ପରିବେଶକୁ ବିଧ୍ୱସ୍ତ କରିବା ସହ ଜଳଭଣ୍ଡାର ପ୍ରତି ବିପଦ ଡାକି ଆଣିବ,ପର୍ଯ୍ୟାବେଷଣର ବିନାଶ ଘଟାଇବ ଏବଂ ବିକାଶ ନାଁ ରେ ବିନାଶ ପାଇଁ ବାଟ ଖୋଲିଦେବ ବୋଲି ସେମାନେଅଭିଯୋଗ କରୁଛନ୍ତି । ରେଢାଖୋଲ ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି ।ହୀରାକୁଦରେ ତାରକା ହୋଟଲ ଓ ଭାସମାନ ହୋଟଲ ପ୍ରତିଷ୍ଠା ହେଲେ ଜଳ ତଥା ଶବ୍ଦ ପ୍ରଦୂଷଣ ହେବ । କୁଢ କୁଢ ଆବର୍ଜନା ଜଳଭଣ୍ଡାରର କ୍ଷତି ଘଟାଇବ ଏବଂ ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ଜୈବ ବିବିଧତାକୁ ପ୍ରଭାବିତ କରିବ ବୋଲି ମତପ୍ରକାଶ ପାଇଛି । ହୀରାକୁଦ ଜଳଭଣ୍ଡାରର ସ୍ଥୀୟିତ୍ୱ ନେଇ ବିଇନ୍ନ ସମୟରେ ଆଲୋଚନା ହେଉଛି । ବଦ୍ଧରେ ତଥାକଥିତ ଫାଟ ସର୍ବଦା ଚର୍ଚ୍ଛା ରେ ରହିଛି । ପଟୁମାଟି ଓ ଅନ୍ୟ ଆବର୍ଜନା ରେ ଏହାର ୨୭ ପ୍ରତିଶତରୁ ଅଧିକ ପୋତି ହେଇ ସାରିଲାଣି । ହୀରାକୁଦରେ ମାଛ ଚାଷ ମଧ୍ୟ ଏଥିରେ ସହାୟକ ହୋଉଛି । ହୋଟଲ ଶିଳ୍ପ ଓ ପଯ୍ୟଁଟକଙ୍କ ବର୍ଜ୍ୟଟକଙ୍କ ବର୍ଜ୍ୟବସ୍ତୁ ଏହାକୁ ଅଧିକ ତଥା ଶୀଘ୍ର ପୋତିବାରେ ସହାୟକ ହେଉଛି । ଆଗାମୀ ଦିନରେ ଜଳଭଣ୍ଡୀର ଓ ନଦୀବଦ୍ଧର ସ୍ଥିତି ଅଧିକ ଜଟିଳ ହୋଇପଡିବ । ପର୍ଯ୍ୟଟକ ଆମୋଦ ପ୍ରମୋଦ ପାଇଁ ବିପୁଳ ଟଙ୍କା ଖର୍ଚ୍ଛ କରିବେ; କିନ୍ତୁ ହୀରାକୁଦ ପାଇଁ ମୃତ୍ୟୁ ଘଣ୍ଟବାଜିବ ବୋଲି ପରିବେଶବିତ୍ ଆଶଙ୍କା ବ୍ୟକ୍ତ କରୁଛନ୍ତି । ସରକାର ରାଜ୍ୟର ପ୍ରତିଷ୍ଠା ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ସ୍ୱତନ୍ତ ଯୋଜନା -ଏସଏସିଏସିଆଇ କାର୍ଯ୍ୟକାରୀ କରିଛନ୍ତି । ଏହା ଅଧୀନରେ ହୀରାକୁଦ ନଦୀବଦ୍ଧ ପରିପାଶ୍ୱିର୍କରେ ପର୍ଯ୍ୟଟନ ଉନ୍ନୟନ ପାଇଁ ୭ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।ପର୍ଯ୍ୟଟକ ପ୍ରକଳ୍ପ ବିଭିନ୍ନ ମଲେରେ ସ୍ୱାଗତ କରାଯାଉଛିଚ । କିନ୍ତୁ ହୋଟଲ ପ୍ରତିଷ୍ଠିକୁ ଯୋଜନାକୁୁ ବିରୋଧ କରାଯାଉଛି । ଏଥିରେ ନିର୍ଗତ ଆବର୍ଜନା ଜଳଭଣ୍ଠାର ଗର୍ଭକୁ ପୋତିଦେବା ସହ ତାରକା ହୋଟେଲର କୋଳାହଳ ,ରଙ୍ଗବେରଙ୍ଗ ଲାଇଟ୍ ଜଳଜୀବଙ୍କୁ ବ୍ୟତିବ୍ୟସ୍ତ କରିବ । ଜଳଭଣ୍ଠାରର ମାଛ ଓ ବହୁବିଧ ଜଳଜୀବଙ୍କ ବଂଶ ନାଶ ପାଇଁ ବାଟ କଢାଇବ । ହୋଟଲ ପ୍ରତିଷ୍ଠା ହେଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ହାସ୍ର ପାଇବ ।ଜଳ ପ୍ରଦୂଷଣ ,ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୁଷଣ ଜଳଜୀବ ତଥା ଜଳଜ ଭ୍ଦ୍ଭିଦ ଜଗତ ଉପରେ ପ୍ରଭାବ ପକାଇବ । ସର୍ବୋପରି ଜୈବ ବିବିଧତା ଧ୍ୱଂସର କାରଣ ପାଲଟିବ । ନଦୀବନ୍ଧ ସଂଲଗ୍ନ ଡେବ୍ରିଗଡ ଅଭୟାରଣ୍ୟର ଜୀବଜନ୍ତୁ ମଧ୍ୟ ଏଥିରୁ ବାଦ୍ ପଡିବେ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏହି ସବୁ କାରଣରୁ ପର୍ଯ୍ୟଟନ ବିକାଶ ନାମରେ ହୋଟେଲ ଶିଳ୍ପକୁ ପୋସାହନ ବନ୍ଦ କରାଯାଉ ବୋଲି ଦାବି ହୋଇଛି । ଓଡିଶା ଜଳ ଜୀବନ ଅଭିଯାନ ର ଆବାହକ ରଞ୍ନ ପଣ୍ଡା କହିଛନ୍ତି ଖଣି,କାରଖାନା ଭଳି ହୋଟେଲ ଶିଳ୍ପର ପ୍ରଭାବ ତ ନିଶ୍ଚିତ ରୂପେ ପରିବେଶ ଉପରେ ପଡିବ । ସରକାରଙ୍କ ପକ୍ଷରୁ ଯଦି ପରିବେଶଗତ ଆକଳନ କରାଯାଇଛି ତା ହେଲେ ହୁଏତ ପ୍ରଭାବର ମାତ୍ରା କମ୍ ହୋଇପାରେ; କିନ୍ତୁ ଏଥିପାଇଁ ନିଦ୍ଦିଷ୍ଟ ନୀତି ହେବା ଉଚିତ୍ । ପ୍ରସ୍ତାବିତ ହୋଟେଲ ଶିିଳ୍ପ ହୀରାକୁଦ ଉପରେ ରହିବା ଯୋଜନା ଥିବାରୁ ଏହାର ଠିକ୍ ତଦାରଖ କରା ନ ଗଲେ ଜଳଭଣ୍ଡାର ଉପରେ କୁପ୍ରଭାବ ପଡିବା ନିଶ୍ଚିତ । ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମିଶ୍ର କହିଛନ୍ତି , ପର୍ଯ୍ୟଟନ ବିକାଶ ନାଁରେ ଜଳାଶୟ କୂଳରେ ବଡ ହୋଟେଲ ନିର୍ମାଣ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଏହା ଜଳର ଗୁଣବର୍ତ୍ତା , ଜଳଜୀବ , ବନ୍ୟପ୍ରାଣୀ , ଜଳାଶୟ କୂଳର ପରିବେଶ ଓ ନଦୀବନ୍ଧ ସୁରକ୍ଷା ପ୍ରତି ଆôହାନ ସୃଷ୍ଟି କରିବ । ଏହାର ଜବାବରେ ସତ୍ମଲପୁର ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ରବିନ୍ଦ୍ର ଦଳାଇ କହିଛନ୍ତି , ଜୌବ ବିବିଧତା ନଷ୍ଟ ହେବାର ଆଶଙ୍କା ଅମୂଳକ । ନଦୀବନ୍ଧର ସର୍ବାଧିକ ଜଳସ୍ତର ୬୩୦ଫୁଟ ହୋଇଥିବାବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ୬୩୨ ଫୁଟ ଉପରେ ହେବ । କିଲାସମାଠାରେ ଇଡ୍କୋ ଦ୍ୱାରା ଅଧିଗୃହୀତ ଜମି ହୋଟେଲ ସମୂହକୁ ଆବଣ୍ଟନ କରାଯିବ । ଏଥିପାଇଁ ଚିହ୍ନଟ ଜମିରୁ ପ୍ରାୟ ୧୬୯୦ ଗଛ କଟାଯିବ । ଏଥିମଧ୍ୟରେ କୌଣସି ବଡ କିମ୍ବା ମହତ୍ôତପୂର୍ଣ୍ଣ ଗଛ ନାହିଁ । କ୍ଷତିପୂରଣ ବାବଦରେ ପ୍ରତି ଗଛ ବଦଳେ ୪ଟି ଗଛ ଲଗାଯିବ । କିଲାସମା ଅଂଚଳ ଡ୍ରେବିଗଡ ଅଭୟାରଣ୍ୟରୁ ଦୂରରେ ଥିବା ହେତୁ ପ୍ରଭାବିତ ହେବାର ଆଶଙ୍କା ନାହିଁ । ପ୍ରସ୍ତାବିତ ହୋଟେଲଗୁଡିକ ବର୍ଜ୍ୟଜଳ ପ୍ରକ୍ରିୟାକରଣ ପରେ ନିଷ୍କାସନ କରିବେ । ଅଳିଆ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ନିର୍ଦ୍ଦେଶ ଦିଆଯିବ । ଏମିତିକି ହେଟେଲର ଅଳିଆ ହୀରାକୁଦକୁ ଯିବାର ବା ଏହାକୁ ପୋତିବାର ଆଶଙ୍କା ନାହିଁ ବୋଲି ଶ୍ରୀ ଦଳାଇ କହିଛନ୍ତି । ଜୌବ ବିବିଧତା ଉପରେ ପ୍ରଭାବ ବାବଦରେ ହୀରାକୁଦ ଡିଏଫଓ ଅଂଶୁପ୍ରଜ୍ଞା ଦାସ କିଛି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଅନୁରୂପ ଭାବେ ଜଳ ସମ୍ପଦ ବିଭାଗ ମଧ୍ୟ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଉନାହିଁ ।
ହୀରାକୁଦକୁ ବିପଦ ପର୍ଯ୍ୟଟନ ଶିଳ୍ପ! ପ୍ରଭାବିତ ହେବନି ଜଳଭଣ୍ଟର ଓ ଜୈବ ବିବିଧତା: ବିଭାଗ
|
December 18, 2025 |



