ହିରୋ ମୋଟୋ ଆଣିବ ଇଲେକ୍ଟ୍ରିକ୍ କାର୍

Spread the love

ବାରିପଦା, 28.01.2021 (ସନ୍ଧାନ ନିଉଜ୍): ଭାରତରେ ଟୁ-ହ୍ୱିଲର ସେଗମେଣ୍ଟର ସବୁଠାରୁ ବଡ କମ୍ପାନୀ ହିରୋ ମୋଟୋକର୍ପ ଏବେ କାର୍ ବିକିବ । ଏପର୍ଯ୍ୟନ୍ତ କେବଳ ବାଇକ୍ ଓ ସ୍କୁଟର ନିର୍ମାଣ କରୁଥିବା ହିରୋ କମ୍ପାନୀ ଏଣିକି ମୋବିଲିଟି କ୍ଷେତ୍ରରେ ନୂଆ ଗେମ୍ ଖେଳିବା ନେଇ ନିଷ୍ପତ୍ତି ନେଇଛି । ହିରୋ ମୋଟୋକର୍ପ କନେକ୍ଟେଡ୍, ଅଟୋନୋମସ ଓ ସେୟର୍ଡ କମର୍ସିଆଲ୍ ପ୍ଲାଟଫର୍ମରେ କାମ କରୁଛି ଯେଉଁଥିରେ ଏକ ଇଲେକ୍ଟ୍ରିକ୍ କାର ମଧ୍ୟ ସାମିଲ । ହିରୋ ମୋଟୋକର୍ପ ଏକ ହାଇ-ୟୁଟିଲିଟି, ମଡ୍ୟୁଲର ଇଲେକ୍ଟ୍ରିକ୍ ଥ୍ରି-ହ୍ୱିଲରର ପ୍ରୋଟୋଟାଇପ୍ ମଧ୍ୟ ପ୍ରସ୍ତୁତ କରିଛି ଯାହାକୁ ୟୁଜରଙ୍କ ଆବଶ୍ୟକତା ଅନୁସାରେ ଇଣ୍ଟେଲିଜେଣ୍ଟ ଉପାୟରେ ଗୋଟିଏ ଟୁ-ହ୍ୱିଲରରେ ମଧ୍ୟ ବଦଳାଇହେବ । କମ୍ପାନୀ ନିଜ ଏହି ଗାଡିକୁ ପୂର୍ବରୁ ଶୋକେସ୍ କରିସାରିଛି । ଏହି ଗାଡିର ବ୍ୟବହାର ପ୍ରାଇଭେଟ୍ ଓ କମର୍ସିଆଲ ଉପାୟରେ କରିହେବ । ଏହାକୁ ଇ-କମର୍ସ ଡେଲିଭରୀ ପାଇଁ ମଧ୍ୟ ବ୍ୟବହାର କରିହେବ । ହିରୋ ମୋଟୋକର୍ପର ଚେୟାରମ୍ୟାନ୍ ପବନ ମୁଞ୍ଜାଲ କହିଛନ୍ତି କି ପାରମ୍ପରିକ ଟୁ-ହ୍ୱିଲର ସେଗମେଣ୍ଟ ବ୍ୟତୀତ କମ୍ପାନୀ ଭିଜନ ଅଫ୍ ଫ୍ୟୁଚର ଅଫ୍ ମୋବିଲିଟିର ନୂଆ ଲାଇନଅପ୍ ଉପରେ କାମ କରୁଛି । ହିରୋ ମୋଟୋ ଦ୍ୱାରା ୧୦ କୋଟି ବାହନର ଉତ୍ପାଦନ ପୂରା କରିବା ଅବସରରେ ମୁଞ୍ଜାଲ କହିଥିଲେ କି ଆଗାମୀ ୧୦ କୋଟି ବାହନ ମଧ୍ୟରୁ କେବଳ ମୋଟରସାଇକେଲ ବା ସ୍କୁଟର ସାମିଲ ହେବନି ବରଂ ଏଥିରେ ଥ୍ରିହ୍ୱିଲର ଓ ଫୋନ୍ ହ୍ୱିଲର ମଧ୍ୟ ସାମିଲ ହେବ । ମୁଞ୍ଜାଲ କହିଥିଲେ କି ଏହି ଭିଜନକୁ ନେଇ ଆମେ ଗମ୍ଭୀର । ସେ ଏହା ମଧ୍ୟ କହିଥିଲେ କି ରିସର୍ଚ୍ଚ ଓ ଡେଭଲପମେଣ୍ଟରେ ନିବେଶ ସହିତ ଇନୋଭେସନ ଓ ପାର୍ଟନରସିପରେ ଏବେ ସମ୍ଭାବନାର ସନ୍ଧାନ କରାଯାଉଛି ।

Related Posts

About The Author

Add Comment