ଯାଜପୁର ୧୫/୦୪ (ସନ୍ଧାନ ନିୟୁଜ) : କରୋନା ମୁକାବିଲା ସହ ବିଭିନ୍ନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଅଧିନରେ ଚାଉଳ, ଦୁସ୍ଥ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ, ନିର୍ମାଣଶ୍ରମିକ ମାନଙ୍କୁ ଯଥାକ୍ରମେ ଏକହଜାର ଓ ଏକହଜାର ପାଂଚଶହ ଟଙ୍କାର ନଗଦ ଅର୍ଥପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ସଂପୃକ୍ତ ହିତାଧିକାରୀ ମାନଙ୍କୁ କେବଳ ସରକାରୀ ଅଧିକାରୀ ବା କର୍ମଚାରୀ ହିଁ ଅର୍ଥ ବଣ୍ଟନ କରିବାକୁ ନିଦେ୍ର୍ଧଶ ରହିଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ପୂର୍ବରୁ ସ୍ପଷ୍ଟ କରି ଦେଇଥିଲେ । ଏହା ସତ୍ୱେ କିଛି ଅଧିକାରୀ ଓ କର୍ମଚାରୀ ରାଜନୈତିକ ପୃଷ୍ଟ ପୋଷକତା ହାସଲ କରିବାକୁ, ରାଜନୈତିକ ନେତୃବୃନ୍ଦଙ୍କର ପ୍ରିୟପାତ୍ର ହେବାକୁ ସେମାନଙ୍କ ମାଧ୍ୟମରେ ଏହି ସରକାରୀ ଅର୍ଥ ବଣ୍ଟନ କରୁଥିବାର ଖବର ଜିଲ୍ଲା ପ୍ରଶାସନ ନିକଟରେ ପଂହଚିଛି । ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଜିଲ୍ଲାପାଳ ଶ୍ରୀ ଦାସ ଏହି କାର୍ଯ୍ୟରେ ଜଡିÿତ ଯେକୌଣସି ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପଣସା ପଂଚାୟତର ବିନ୍ଧାଣ ଗ୍ରାମରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବାକୁ ଶିକ୍ଷକ ମହେନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଶ୍ରୀ ଜେନା ଏହି ଅର୍ଥକୁ ଜନୈକ ରାଜନୈତିକ ବ୍ୟକ୍ତିଙ୍କ ହସ୍ତରେ ବଣ୍ଟନ କରୁଥିବାର ଜଣାପଡିÿବା ପରେ ତୁରନ୍ତ ଶ୍ରୀ ଜେନାଙ୍କୁ ଅର୍ଥ ବଣ୍ଟନ ପ୍ରକ୍ରିୟାରୁ ଅବ୍ୟାହତି ଦିଆଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତାଙ୍କର ପରବର୍ତୀ କାର୍ଯ୍ୟସ୍ଥଳ ସାନ ତ୍ରିଲୋଚନପୁର ଗ୍ରାମ କଣ୍ଟେନମେଣ୍ଟ ଜୋନର ସୁପରଭାଇଜର ହିସାବରେ ଯାଜପୁର ବି.ଡି.ଓ ଧାର୍ଯ୍ୟ କରିଛନ୍ତି । ସେହିପରି ଯାଜପୁର ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ଓ ଯାଜପୁର ଟାଉନ ଯୋଗାଣ ନିରୀକ୍ଷକ କେ. ଆକ୍ସ୍ମିକା ରାଉତରାୟଙ୍କୁ ମଧ୍ୟ ଅନୁରୂପ କାର୍ଯ୍ୟକରିଥିବାରୁ ଜିଲ୍ଲାପାଳ ଶ୍ରୀ ଦାସ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅପରପକ୍ଷରେ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଯେପରି ଏହିଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ସତର୍କ କରାଇଦେବା ସହ ଏହାର ଉଂଲଘନ କ୍ଷେତ୍ରରେ ଦୃଢ଼ରୁ ଦୃଢ଼ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିଦେ୍ର୍ଧଶ ଦେଇଛନ୍ତି ।
ହିତାଧିକାରୀଙ୍କୁ କେବଳ ସରକାରୀ କର୍ମଚାରୀ ଅର୍ଥ ବଣ୍ଟନ କରନ୍ତୁ : ଜିଲ୍ଲାପାଳ
|
April 15, 2020 |
![](https://sandhannews.com/wp-content/uploads/2020/04/IMG_20200414_092928.jpg)