ଚଣ୍ଡିଖୋଲ, ୧୯/୫ (ସନ୍ଧାନ ନିୟୁଜ):-ଯାଜପୁର ଜିଲ୍ଲା ବଡଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତରେ କରୋନା ପାଇଁ ଆସିଥିବା ରାସନକାର୍ଡ ହିତାଧିକାରୀଙ୍କ ୧ ହଜାରେ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି ।
ସରକାରଙ୍କ ପକ୍ଷରୁ କରୋନା ସମ୍ବଦେ୍ଧ ବିଭିନ୍ନ ପ୍ରକାର ସହାୟତା ପାଇଁ ଘୋଷଣା କରାଯାଇଥିଲା । ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଥିବା ସମସ୍ତ ହିତାଧିକାରୀଙ୍କୁ ୩ ମାସର ଚାଉଳ, ଗହମ ସହ ୧ ହଜାର ଟଙ୍କା ଦେବାର ବ୍ୟବସ୍ଥା କରାଯାଇଥିଲା । ଏହାପରେ କେନ୍ଦ୍ରସରକାରଙ୍କ ଫକ୍ଷରୁ ସ୍ୱତନ୍ତ୍ର ଭାବେ ରାସନକାର୍ଡ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ଓ ପ୍ରତ୍ୟେକ କାର୍ଡ ପିଛା ୧ କିଲୋ ଡାଲି ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା । ଏହି ବ୍ଳକ ଅନ୍ତର୍ଗତ ଖୋସାଲିପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ସୁମିତ୍ରା ମଳିକଙ୍କୁ ସହାୟତା ଟଙ୍କା ପ୍ରଦାନ ନକରି ଚଂଚକତା ପୂର୍ବକ ପଂଚାୟତ ପି.ଇ.ଓ ରାମଚନ୍ଦ୍ର ମଲିକ ରାସନକାର୍ଡରେ ତାଙ୍କ ସ୍ୱାକ୍ଷର ନେଇ ଟଙ୍କା ପ୍ରଦାନ କରି ନଥିବା ଶ୍ରୀମତୀ ମଲିକ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟତମ ଅଙ୍ଗନବାଡି ସହାୟିକା ମୁନିଗୁଣି ରାସନକାର୍ଡ ହିତାଧିକାରୀ ହୋଇଥରଲେ ବି ଏହି ସହାୟତା ପାଇବାରୁ ସେ ବଂଚିତ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ପି.ଇ.ଙ୍କୁ ବାରମ୍ବାର ଗୁହାରୀ ଜଣାଇଲେ ବି ସେ ସେମାନଙ୍କ କଥାକୁ ଭୃକ୍ଷେପ କରୁ ନଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରିବା ସହ ସଂପୃକ୍ତ ପି.ଇ.ଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ କରିଛନ୍ତି ।
ହିତାଧରକାରୀଙ୍କ କରୋନା ରାସନ ସହାୟତା ବାଟମାରଣା କଲେ ପଂଚାୟତ ପି.ଇ.ଓ
|
May 19, 2020 |