ହାତୀ ଘଉଡ଼ାଇବା ବେଳେ ହାତୀ ସ୍କ୍ୱାର୍ଡ଼ କର୍ମଚାରୀଙ୍କୁ ଦଳିଦେଲା ହାତୀ,ଆତଙ୍କିତ ଗ୍ରାମବାସୀ

Spread the love
ସୁନ୍ଦରଗଡ଼, ୧୩/୦୧/୨୦୧୨ (ସନ୍ଧାନ ନିଉଜ) ହାତୀ ଘଉଡ଼ାଇବା ବେଳେ ହାତୀ ସ୍କ୍ୱାର୍ଡ଼ କର୍ମଚାରୀଙ୍କୁ ଦଳିଦେଲା ହାତୀ । ଏପରି ଘଟଣା ଘଟିଛି ବରସୁଆଁ ରେଞ୍ଜ ଜେନସିଲା ଜଙ୍ଗଲରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଆତଙ୍କ ଖେଳିଯାଇଛି ।

ମୃତ ବ୍ୟକ୍ତି ହେଉଛନ୍ତି ହାତୀ ସ୍କ୍ୱାର୍ଡ଼ ଚନ୍ଦ୍ରଶେଖର ମହାନ୍ତ । ଏନେଇ ସୁଚନା ଦେଇଛନ୍ତି ବଣାଇ ଏସିଏଫ୍ । ଖବରଯୋଗ୍ୟ ବରସୁଆଁ ରେଞ୍ଜ ଜେନସିଲାରେ ହାତୀ ପସିଯାଇଥିବା ବେଳେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ ପରେ ବନବିଭାଗ ସହ ଯୋଗାଯୋଗ କରିବା ପରେ ଗୋଟିଏ ଟିମ୍ ଆସି ଏଥିରେ ନିୟୋଜିତ ହୋଇଥିଲେ ।

ବ୍ୟାପକ ପ୍ରସ୍ତୁତି ସହ ମଧ୍ୟ କାର୍ଯ୍ୟ ଚାଲିଥିଲା ହେଲେ ହଠାତ୍ ଗୋଟିଏ ହାତୀ ଆସି ଅଚାନକ ପଛପଟୁ ଆକ୍ରମଣ କରିଥିଲା ଫଳରେ ଘଟଣା ସ୍ଥଳରେ ହିଁ ହାତୀ ସ୍କ୍ୱାର୍ଡ଼ ଚନ୍ଦ୍ରଶେଖର ମହାନ୍ତଙ୍କ ମୃତ୍ୟୁ ଘଟିଛି ।

Related Posts

About The Author

Add Comment