ହାଟଡିହିରେ ଭାରତବନ୍ଦ ପ୍ରଭାବ ହୀନ

Spread the love

ହାଟଡ଼ିହି, ୮/୧/୨୦ (ସନ୍ଧାନ ନିଉଜ) : ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଆଦି ୧୨ଦଫା ଦାବିନେଇ ବିଭିନ୍ନ ଟ୍ରେଡୟୁନିୟନ ପକ୍ଷରୁ ଆଜି ଦିଆଯାଇଥିବା ଭାରତବନ୍ଦ ଡାକରାର କୌଣସି ପ୍ରଭାବ ହାଟଡିହି ଅଞ୍ଚଳରେ ପରିଲକ୍ଷିତ ହୋଇନାହିଁ । କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏହାକୁ ସମର୍ଥନ କରିଥିଲେ ମଧ୍ୟ ହାଟଡିହି ଅଞ୍ଚଳର ଛେନାପଦି, ହାଟଡିହି, ଶାଳଣିଆଁ, ମରୈଗାଁ, ବିଦ୍ୟାଧରପୁର, ଢ଼େଙ୍କା, ସୁନ୍ଦରାପାଳ ଆଦି ଛକ ବଜାର ମାନଙ୍କରେ ଆଜି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବାସହ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା । ବ୍ଲକ, ତହସିଲ ଖୋଲାଥିଲେବି ଲୋକମାନଙ୍କ ଗହଳି ନଥିଲା ଓ ଏ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିଲା । ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ବସ,ଟ୍ରକ ଚଳାଚଳ ବନ୍ଦ ଥିବାବେଳେ ଅନ୍ୟ ଯାତ୍ରୀବାହି ଗାଡି ଗୁଡିକ ସ୍ୱାଭାବିକ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment