ବେତନଟୀ, 04.12.2020 (ଲିଙ୍ଗରାଜ ପଣ୍ଡା): ବଦଳିଛି ଜାଗା ହେଲେ ବଦଳିନି ଲୁଟ୍ କରିବାର ଢାଞ୍ଚା ସ୍ପଷ୍ଟ ଦିବାଲୋକରେ ଲୁଟ୍ ହେଉଛି, ଲୁହାଛଡ, ଆଜବେଷ୍ଟସ୍, ବିଭିନ୍ନ ପ୍ରକାର ମୂଲ୍ୟବାନ କେମିକାଲ ସମେତ ପରିବହନ ହେଉଥିବା ବିଭିନ୍ନ ସାମଗ୍ରୀ ଆଉ ଏଭଳି ଖୁଲୁମଖୁଲ୍ଲା ଲୁଟତରାଜର ପେଣ୍ଠସ୍ଥଳୀ ପାଲଟିଛି ହାଇୱେ ସାଇଡ୍ ଢାବା ତେବେ ଏସବୁ ଏତେ ବ୍ୟବସ୍ଥିତ ପ୍ରକ୍ରିୟାରେ ଚାଲିଛି ଯେ ଅଭିଯୋଗ ପରେ ବି ବନ୍ଦ ହେବାର ନାଁ ଧରୁନି ବେତନଟୀ ବ୍ଳକ ଦେଇ ଯାଇଥିବା ୧୮ନଂ ଜାତୀୟରାଜପଥ ପାର୍ଶ୍ବରେ ଅନେକ ଢାବା ରହିଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ଢାବାରେ ଚାଲିଛି ଏଭଳି ଚୋରା କାରବାର ଆଉ ସମସ୍ତ ଚୋରା ସାମଗ୍ରୀ ନିକଟସ୍ଥ ବେତନଟୀ ଏବଂ ବୈଶିଙ୍ଗା ବଜାରରେ କମ୍ପାନୀ ଦର ଠାରୁ ଅଳ୍ପ ଦାରେ ବିକ୍ରୟ କରାଯାଉଛି ତେବେ ଏଭଳି ଲୁଟ୍ ବ୍ୟବସ୍ଥା ସୃଷ୍ଟି ଦିବାଲୋକରେ ଚାଲିଥିଲେ ସୁଦ୍ଧା ରୋକିବାରେ ପୁଲିସ ବିଫଳ ହୋଇଛି । ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଗରଗଡିଆ ସ୍କୁଲ ନିକଟରେ ଥିବା ଏକ ଢାବାରେ ଏଭଳି ଲୁଟ ଅତ୍ୟନ୍ତ ସୁବ୍ୟବସ୍ଥିତ ସୁସଂଗଠିତ ପ୍ରକ୍ରିୟାରେ ଦୀର୍ଘଦିନ ଧରି ଚାଲିଥିଲେ ସୁଦ୍ଧା ଏହି ବ୍ୟାକେଟକୁ ପର୍ଦାଫାସ କରିବାରେ ପୁଲିସ ପ୍ରଶାସନ ସମ୍ପୂର୍ଣ ବିଫଳ ହୋଇଛି। ତେବେ ବାହାର ରାଜ୍ୟରୁ ଆସୁଥିବା ଗାଡି ଏହି ଢାବାର ଠିକଣା ପାଇବା ଏବଂ ଯେଉଁ ଗାଡିରୁ ମାଲ୍ ଲୁଟ୍ କରାଯିବ ସମୃକ୍ତ ଗାଡିର ଚାଳକକୁ ଆଗୁଆ ହାତ କରାଯାଉଥିବାରୁ ଏହି ବ୍ୟବସ୍ଥା ପଛରେ ଏକ ଆନ୍ତଃରାଜ୍ୟ ବ୍ୟାକେଟ କାମ କରୁଥିବା ସ୍ପଷ୍ଟ ଅନୁମାନ। ତେବେ ଦିନବେଳା ଢାବା ସମ୍ପୂର୍ଣ୍ଣ ଖାଲି ରହୁଥିବା ବେଳେ ରାତି ପାହିଲେ ଢାବା ପଛପଟେ ଗଚ୍ଛିତ ହୋଇଯଉଛି ଲକ୍ଷଲକ୍ଷ ଟଙ୍କାର ଆଜବେଷ୍ଟସ୍, ଲୁହାଛଡ଼ ସମେତ ବିଭିନ୍ନ ପ୍ରକାର ସାମଗ୍ରୀ ଆଉ ଏହି ଚୋରା ସାମଗ୍ରୀ ନିକଟସ୍ଥ ବଜାର ମାନଙ୍କରେ ଧାଯ୍ୟ ଦରଠାରୁ କରେ । ମିଳୁଥିବାରୁ ଉକ୍ତ ଚୋରା ସାମଗ୍ରୀ ବିକ୍ରିରେ ମଧ୍ୟ କୌଣସି ସମସ୍ୟା ଉପୁଜୁନାହିଁ । ତେବେ ସ୍ପଷ୍ଟ ଦିବାଲୋକରେ ହେଉଥିବା ଏଭଳି ଲୁଟତରାଜ ବ୍ୟବସ୍ଥାକୁ ପୁଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଚଢ଼ଉ କରାଯାଇ ବନ୍ଦ କରାଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।