ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ନିଆଯାଉନି କାର୍ଯ୍ୟାନୁଷ୍ଠାନ, ତେଜୁଛି ଅସନ୍ତୋଷ

Spread the love

ବାରିପଦା ୩୦/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ହରିଶାଶୋକ ଗ୍ରାମରେ ସରକାରୀ ଜମି ଆବଣ୍ଟାନରେ ବ୍ୟାପକ ଚଞ୍ଚଳତା କରାଯାଇଥିବା ନେଇ ବାରମ୍ବାର ଅଭିଯୋଗ କରାଯାଉ ଆସୁଛି। ସ୍ଥାନୀୟ  ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ,ଆରଡିସିଙ୍କ ସମେତ ମନ୍ୟବାର। ଓଡ଼ିଶା ହାଇକୋର୍ଟରେ ମଧ୍ୟ ରିଟ୍ ପିଟିସନ୍ କରାଯାଇଛି। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତ ଦୂରେ କଥା ଅବ୍ୟବଧି ପ୍ରଶାସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଇନାହିଁ। ସ୍ବଚ୍ଛ ଶାସନର ଏହା ଏକ ଅସ୍ବଚ୍ଛ ନମୁନା ବୋଲି ସାଧାରଣରେ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ ୟେ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ହରିଣାଶୋକ ମୈକାର ସରକାରୀ ଜମି ଖାତା ନଂ ୧୭୮ର ନମ୍ବର ୮୯୪ ବାବଦରେ ମୋଟ ୧ଏକାର ୬୭ଡେସିମିଲ ରେର୍କଡ ଦାୟର ରହିଛି।ଏହି ସରକାରୀ ଜମି ଉପରେ ହରିଣାଶୋଳ ମଧ୍ୟ ଇଂରାଜୀ ବିଦ୍ୟାଳୟର  ଛାତ୍ରଛାତ୍ରୀ ଖେଳକୁଦ ପାଇଁ ବ୍ୟବହାର କରୁଥିବା ବେଳେ ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରୁଥିଲେ। ମାତ୍ର ଜମିରୁ ରାସଗୋବିନ୍ଦପୁର ତହସିଲ ପକ୍ଷରୁ ସରକାରୀ ଚାକିରୀ କରୁଥିବା ପରିବାର ସମେତ ପଡୋଶୀ ବାଲେଶ୍ଵର ଜିଲ୍ଲା ଏବଂ ପଶ୍ଚିମବଙ୍ଗ ଅଞ୍ଚଳର ଅଧିବାସୀ ଓ ଜମିଜମା ଥିବା ଲୋକଙ୍କୁ ଭୂମିହୀନ ଦର୍ଶାଯାଇ ୧୧ ଜଣଙ୍କୁ ଏ୦.୦୪ଡି  ଲେଖାଏଁ ଜମି ପଟ୍ଟା ଯୋଗାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଜନୈକ ଚଲାଇ ଶ୍ରେଣୀର ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନିଆଯାଇ ଜମିଜମା ଥିବା ପରିବାର ସମେତ ପଡୋଶୀ ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ଶୁଣିବାକୁ ମିଳିଛି। ପ୍ରକାଶ ଆଉ କି,ହରିଣାଶୋଳ ମୈଜାର ଜମିଜମା ଥାଇ ଭୂମିହୀନ , ଭାବେ ପଟ୍ଟା ପାଇଥିବା ବ୍ୟକ୍ତିମାନେ ହେଲେ ମମତା ମହାନ୍ତ ,ସ୍ବା: ସଂଜୀବ ମହାନ୍ତ,ବିନତୀ ପାତ୍ର ସ୍ବା: ସନ୍ତୋଷ ପାତ୍ର,ଚମ୍ପା ହେମ୍ବ୍ରମ ସ୍ବା:କୁଶାଳ ହେମ୍ବ୍ରମ ଝରଣା ବାରିକ ସ୍ବା: ସୁଶାନ୍ତ ବାରିକ, ମିନତୀ ବାରିକ ପି:ଭଗବାନ ବାରିକ ସ୍ବା: ସନ୍ୟାସୀ ବାରିକ ଅନ୍ନପୂର୍ଣ୍ଣା ବାରିକ ସ୍ବା: ଜୟନ୍ତ ବାରିକ,ମନୋରମା ମହାନ୍ତ ସ୍ବା: ସୁଶାନ୍ତ ମହାନ୍ତ , ଗୈାରୀ ହେମ୍ବ୍ରମ ସ୍ବା: ବାବୁଲାଲ ହେମ୍ବ୍ରମ ( ରେଳବାଇ କର୍ମଚାରୀ) ମେନକା ମହାନ୍ତି ସ୍ବା: କମଳଲୋଚନ‌ ମହାନ୍ତ । ଏମାନଙ୍କ ଶିଶୁର ଓ ସ୍ବାମୀମାନଙ୍କ ନାମରେ ଯଥେଷ୍ଟ ଜମିଜମା ଥିବା ବେଳେ ଏମାନଙ୍କୁ ଭୂମୀହୀନ ଭାବେ ସରକାରୀ ଜମି ପ୍ରଦାନ କରାଯାଇଛି। ସେହିପରି ବନଶ୍ରୀ ମହାନ୍ତ ସ୍ବା: ବିଶ୍ଵଜିତ ମହାନ୍ତ ପଡୋଶୀ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ସ୍ନେହଲତା ଦାସଅଧିକାରୀ ସ୍ବା: ଗୋବିନ୍ଦଦାସ ଅଧିକାରୀ ବାଲେଶ୍ଵର ଜିଲାର ବାସିନ୍ଦା।ଏମାନଙ୍କୁ ମଧ୍ୟ ଏ୦.୦୪ଡି. ଲେଖାଏଁ ସରକାରୀ ଜମିପଟ୍ଟା ପ୍ରଦାନ କରାଯାଇଥିବା ନେଇ ସମେତ ତଥ୍ୟ ସହିତ ଅଭିଯୋଗ ହୋଇଥିଲା। ମାନ୍ୟବାର ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରାଯିବା ପରେ ମାନ୍ୟବାର ହାଇକୋର୍ଟ ଆଇନ ଅନୁଯାୟୀ ୬ସପ୍ତାହ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଗତ ନଭେମ୍ବର ୨୫ ତାରିଖରେ ପିଟିସନ୍ ଅର୍ଡର ନଂ୨ ମୂଳେ ନିଦ୍ଧେର୍ଶ ପାଇବା ପରେ ଜିଲ୍ଲାପାଳ ରାସଗୋବିନ୍ଦପୁର ତହସିଲଦାରଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତି ମଧ୍ୟରେ ଦୀର୍ଘମାସ ବିତିଯାଇଥିଲେ ହେଁ ମାନ୍ୟବାର ହାଇକୋର୍ଟ କିମ୍ବା ଜିଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।ନିକଟ ଅତୀତରେ ନୂତନ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗ୍ରାମବାସୀ ଏହି ସମସ୍ୟା ସଂପର୍କରେ ଲିଖିତ ଭାବେ ଜଣାଇଛନ୍ତି।ପ୍ରଶାସନର ନୀରବତାକୁ ଦେଖି ବେଆଇନ ଭାବେ ସରକାରୀ ଜମି ହାତେଇ ଥିବା ବ୍ୟକ୍ତିମାନେ ସଂପ୍ରତି କରିଦେଇଛନ୍ତି।ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ହରିଣାଶୋଳ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment